ପୂର୍ବ ଶତ୍ରୁତା  ରୁ ବୃଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ ଥାନାରେ ଏତଲା  

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଳକ ଫାସିଗୁଡା ପଞ୍ଚାୟତ ଜକମେରୀ ପଲ୍ଲୀ ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗ୍ରାମର ନରସିଂହ ବେହେରା ନାମକ ଜଣେ ବୃଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି  । ଏନେଇ ନରସିଂହଙ୍କ ପୁଅ ହୀନ ବେହେରା ଦିଗପହଣ୍ଡି ଥାନାରେ ଏତଲା ଦେଇଛନ୍ତି।  ଶନିବାର ରାତିରେ ଗ୍ରାମର କାଳୁଆ ମନ୍ଦିର ନିକଟରେ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରାତି ପ୍ରାୟ ୮ ଟା ସମୟରେ ନରସିଂହ ମେଳା ନିକଟରେ ଠିଆ ହୋଇଥିବା  ସମୟରେ ଗ୍ରାମର  ବିଜୟ ବେହେରା ଓ ସୁଦାମ ବେହେରା ଦୁଇ ଭାଇ ପୂର୍ବ ଶତ୍ରୁତା କାରଣରୁ ନରସିଂହଙ୍କୁ ଗାଳିଗୁଲଜ କରିବା ସହ ଠେଙ୍ଗା ରେ ମରଣାନ୍ତକ ଆକ୍ରମଣ କରିଥିଲେ। ଆକ୍ରମଣରେ ବୃଦ୍ଧଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ତାଙ୍କୁ ପ୍ରଥମେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ନରସିଂହ ଙ୍କ ପୁଅ ହୀନ ଙ୍କ  ଏତଲାକୁ ଭିତ୍ତିକରି ଥାନା ମାମଲା ନଂ. ୨୫୩/୨୪ ପ୍ରକାରେ ଅଭିଯୁକ୍ତ ଦୁଇ ଭାଇ ଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଚାଲିଥିବା ଥାନା ଆଇ ଆଇ ସି ବାବା ଶଙ୍କର ସରାଫ  କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ