ପାଳିତ ହେଲା ଆର୍ଟ ଅଫ ଗିଭିଂ ଦିବସ
ବନ୍ତ, (ଚାନ୍ଦିନୀ ମହାନ୍ତି):ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ୧୧ତମ ଆର୍ଟ ଅଫ ଗିଭିଂ ଦିବସ ପାଳିତ ହୋଇଯାଇଛି । କିସ୍, କିଟ୍, କିମ୍ସ ଓ ଆର୍ଟ ଅଫ ଗିଭିଂର ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତଙ୍କ ପ୍ରୋତ୍ସାହନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଆସୁଛି । ଏହି ବ୍ଲକର ସାମାଜିକ ସଂଗଠନ ସି.ଏଫ.ଡବ୍ଲୁ.ଏସ.ଡି ସହଯୋଗରେ ବିଭିନ୍ନ ପଞ୍ଚାୟତର ଯୁବକ, ଯୁବତୀ, ବୟସ୍କ ବ୍ୟକ୍ତି ମାନଙ୍କୁ ନେଇ ଆର୍ଟ ଅଫ ଗିଭିଂ ଦିବସ ପାଳନର ଉଦ୍ଦେଶ୍ୟ ଉପରେ ଆଲୋକପାତ କରାଯାଇଥିଲା । ବିଶ୍ୱରେ ଶାନ୍ତି, ମୈତ୍ରୀ, ପ୍ରଗତୀ ଓ ଖୁସିର ପ୍ରସାର ସହିତ ଯେଉଁଠି ଯେତେବେଳେ ଆବଶ୍ୟକ ସେଇଠି ସେହି ସମୟରେ ସହଯୋଗର ହାତ ବଢାଇବା, ସମସ୍ତଙ୍କ ସହ ବନ୍ଧୁତା ସ୍ଥାପନ କରିବା ଓ ସମସ୍ତଙ୍କୁ ଆଦର କରିବା ବିଷୟରେ ଉପସ୍ଥିତ ବ୍ୟକ୍ତି ମାନଙ୍କୁ ଅବଗତ କରାଯାଇଥିଲା । ଶିକ୍ଷକ ତଥା ଯୁବ ସମାଜସେବୀ ଗୋପୀନାଥ ଦାଶଙ୍କ ସଂଯୋଜନା ତଥା ଗୋପିନାଥପୁରରେ ନୃସିଂହ ମହାନ୍ତି, ରାଜେଶ ଦାଶ, ପୁରୁଷଣ୍ଢରେ କୁନି ଦାସ, ମହାନ୍ତିପଡାରେ ଗୀତାଞ୍ଜଳୀ ପେଡି, କାଦବରାଙ୍ଗରେ ଗୀତାଞ୍ଜଳୀ ପଣ୍ଡା, ବଡମହିଷଗୋଠରେ ରଶ୍ମି ରଞ୍ଜନ ପାଣିଗ୍ରାହୀ, ଗୋପିନାଥପୁରରେ ସ୍ୱରାଜ ଦାଶ, ଜନ୍ମେଜୟ ମହାନ୍ତିଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରକାଶ ଥାଉକି, ନିଶ୍ୱାର୍ଥପରତା, କୃତଜ୍ଞତା, ପ୍ରଶଂସା, ଦୟା, କ୍ଷମା, ସମବେଦନା ଓ ବିନମ୍ରତା ଭାବ ନେଇ ଏହି ସଂଗଠନ ବିଭିନ୍ନ ସ୍ଥାନରେ କାର୍ଯ୍ୟ କରି ଆସୁଛି ।