ବିଶ୍ୱାମିତ୍ର ଆଶ୍ରମରୁ ଗଲା ଅଣସର ଫଳଭାର

ନିମାପଡ଼ା,(ସନ୍ତୋଷ ଦାଶ): ସ୍ନାନ ଯାତ୍ରା ପରେ ଅଣସରରେ ଚତୁର୍ଦ୍ଧାମୂର୍ତ୍ତି। ମହାପ୍ରଭୁ ଏବେ ଜ୍ଵର ରେ ପୀଡିତ।ଶ୍ରୀ ଅଙ୍ଗରେ ଲାଗି ହେଉଛି ଫୁଲୁରୀ ତେଲ । ସୁସ୍ଥ ହେଉଛନ୍ତି ଚତୃର୍ଦ୍ଧାମୂର୍ତ୍ତି। ଏହି ସମୟରେ ମହାପ୍ରଭୁ ଙ୍କୁ କେବଳ ଫଳ ମୂଳ ଭୋଗ ଲାଗି କରାଯାଉଛି। ପୁରୀ ଜିଲ୍ଲା କାକଟପୁର ସ୍ଥିତ ବିଶ୍ୱାମିତ୍ର ମଠ ଠାରୁ ଶ୍ରୀ ମନ୍ଦିରକୁ ଠାକୁର ମାନଙ୍କ ପାଇଁ ଯାଇଛି ଫଳଭାର । ବିଶ୍ୱାମିତ୍ର ଆଶ୍ରମରୁ ସ୍ଥାନୀୟ ଅଞ୍ଚଳର ରାଧାକାନ୍ତ ମଠ କରଞ୍ଜପୁର,ଅପସରା ପିଠ, ସରିପୁର ସମେତ କାକଟପୁର, ଚାରିଛକ, ଅସ୍ତରଙ୍ଗ ଅଞ୍ଚଳର ଭକ୍ତ ମାନେ ନିଜ ନିଜ ବାଡ଼ିବଗିଚାରେ ଫଳିଥିବା ଆମ୍ବ, ପଣସ, କଦଳୀ, ସପୁରି, ପିଜୁଳି, ଖଜୁରୀ, ନଡ଼ିଆ ଆଦି ଭିନ୍ନ ଭିନ୍ନ ଫଳ ସବୁ କୁ ମଠ ଠାରେ ଏକାଠି କରି ନାମ ସଂକୀର୍ତ୍ତନ ରେ ଏକ ସ୍ୱତନ୍ତ୍ର ଗାଡ଼ିରେ ଶ୍ରୀକ୍ଷେତ୍ର ପଠାଯାଇଛି ବୋଲି କହିଲେ ମଠ ର ବାବା ସତ୍ୟା ନନ୍ଦ ଦାଶ। ଏହି ପରମ୍ପରା ୧୯୯୨ ମସିହାରୁ ସ୍ଥାନୀୟ ମଠ ଓ ଭକ୍ତ ସମାଜ ପକ୍ଷରୁ ପ୍ରତିବର୍ଷ ଚାଲି ଆସୁଛି ବୋଲି କହିଛନ୍ତି ପଣ୍ଡିତ ତ୍ରିଲୋଚନ ମିଶ୍ର ଓ ସାମ୍ୱାଦିକ ପ୍ରଫୁଲ୍ଲ କୁମାର କର।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ