ଶାଳଣିଆଁରେ ଏଟିଏମ ଅଚଳ, ଲୋକେ ହନ୍ତସନ୍ତ
ହାଟଡିହି,(ଯୁଗାବ୍ଦ ନ୍ୟୁଜ୍): ହାଟଡିହି ବ୍ଲକ ଶାଳଣିଆଁ ବଜାର ଉପରେ ଥିବା ଏଟିମ ଟି ଦୀର୍ଘ ୬ମାସ ହେଲା ଅଚଳହୋଇପଡିଥିବାରୁ ଅଞ୍ଚଳବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଖବରରୁ ଜଣାଯାଇଛି ଯେ ଶାଳଣିଆଁ ବଜାର ଉପରେ ଆଖପାଖର ଡଅଁର, ଷଡଙ୍ଗ, ହାବଳେଶ୍ୱର, ଗେଡମା, ଆଇତିପୁର, ଅଁରା, କଳିଗାଁ ଆଦି ପଞ୍ଚାୟତର ଲୋକମାନେ ନିର୍ଭର କରିଥାନ୍ତି । ଏଠାରେ କେବଳ ଏକ ଗ୍ରାମ୍ୟ ବ୍ୟାଙ୍କକୁ ଛାଡିଦେଲେ ଅନ୍ୟ କୌଣସି ବ୍ୟାଙ୍କ ସବା ନଥିବାରୁ ଲୋକମାନେ ନାହି ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏନେଇ ବାରମ୍ବାର ଦାବିପରେ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ଏଠାରେ ଏକ ଏଟିଏ ସ୍ଥାପନ କରାଯାଇଥିଲା । କିଛିଦିନ ଏହା ଠିକଠାକ ଭାବେ ଚାଲିବାରୁ ଲୋକମାନେ ଟଙ୍କା ଉଠାଣ କରିବାରେ ଅନେକ ସୁବିଧା ପାଇପାରୁଥିଲେ । କିନ୍ତୁ ଆଜକୁ ୬ମାସ ହେବ ଏଟିଏମ ଟି ଅଚଳ ହୋଇପଡିଥିବାରୁ ଲୋକମାନେ ନାନା ଅସୁବିଧାର ସମ୍ମୁଖୀନ ହେବା ସହ ଟଙ୍କା ଉଠାଣ ପାଇଁ ଓରାଳି, ବସନ୍ତିଆ ନଚେତ ହାଟଡିହି ପର୍ଯ୍ୟନ୍ତ ଆସିବାକୁ ପଡୁଛି । ବ୍ୟାଙ୍କ ଅଫ ଇଣ୍ଡିଆ କର୍ତ୍ତୁପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି ।