ଜମ୍ଭରାରେ ଘୋଷଯାତ୍ରା
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ହାବଳେଶ୍ୱର ପଞ୍ଚାୟତ ଜମ୍ଭରାରେ ପ୍ରଭୂ ଜଗନ୍ନାଥଙ୍କ ଘୋଷଯାତ୍ରା ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଗତକାଲି ପ୍ରଭୂଙ୍କର ନବଯୌବନ ବେଶ ପରେ ନେତ୍ରୋତ୍ସବ ଅନୁଷ୍ଠିତ ହୋଇଥିଲା । ପଣ୍ଡିତ ଓଁ ପ୍ରକାଶ ମିଶ୍ରଙ୍କ ଦ୍ଵାରା ମଧ୍ୟାହ୍ନରେ ତିନିଠାକୁରଙ୍କୁ ପାରମ୍ପରିକ ରିତୀରେ ପୂଜାର୍ଚ୍ଚନା ପରେ ମଙ୍ଗଳ ଆଳତୀ, ପହିଲି ଧୂପ, ସକାଳ ଭୋଗ କରାଯିବାପରେ ଆଜ୍ଞାମାଳ ଅଣାଯାଇ ରଥ ପ୍ରତିଷ୍ଠା କରାଯାଇଥିଲା । ଅପରାହ୍ନ ୪ଟା ୩୦ରେ ବଳଭଦ୍ର, ଜଗନ୍ନାଥ ଓ ଶୁଭଭଦ୍ରାଙ୍କୁ ପହଣ୍ଡିବିଜେ କରାଯାଇ ରଥାରୁଢ଼ କରାଯାଇଥିଲା । କାହ୍ନୁ ଚରଣ ନାୟକ ରଥରେ ଛେରାପହଁରା କରିବାପରେ ରଥ ଟଣା ଆରମ୍ଭ ହୋଇ ମାଉସୀମା ମନ୍ଦିର ପର୍ଯ୍ୟନ୍ତ ଆସିଥିଲା । ପ୍ରବଳ ବର୍ଷା ସତ୍ତ୍ୱେ ଆଖ ପାଖ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ଯୋଗଦେଇଥିଲେ । ଫଳରେ ଗ୍ରାମଟି ଲୋକାରଣ୍ୟ ହୋଇପଡିଥିଲା । ଏହି କାର୍ଯ୍ୟକ୍ରମକୁ ବିଜୟ କୁମାର ମଲ୍ଲିକ, ଅକ୍ଷୟ କୁମାର ମଲ୍ଲିକ, ମହେଶ୍ୱର ମଲ୍ଲିକ, ବଳରାମ ମଲ୍ଲିକ, କୋଦଣ୍ଡଧର ମଲ୍ଲିକ, ରାମଚନ୍ଦ୍ର ମୁଦୁଲି, ଜଗବନ୍ଧୁ ପଣ୍ଡା, ଆନନ୍ଦ ସେଠୀ, ବିଶ୍ୱରଂଜନ ମଲ୍ଲିକ, ମାନଗୋବିନ୍ଦ ମୁଦୁଲି, ଆନ୍ଦିଆ ସେଠୀ, ବାଇଧର ନାୟକ, ପୁରୁଷୋତ୍ତମ ମହାନ୍ତି, ରମାକାନ୍ତ ନାୟକ, କୃପାସିନ୍ଧୁ ମଲ୍ଲିକ, ସଦାନନ୍ଦ ମହାନ୍ତି, ସୁଦର୍ଶନ ମୁଦୁଲି, ବାଇଧର ମଲ୍ଲିକ, ଦୁର୍ଯ୍ୟୋଧନ ବାରିକ, ଦିଲ୍ଲୀପ ବାରିକ, ଭୁନିଆ ସେନାପତି, କୂଳମଣି ଖଟୁଆ, ମନ୍ମଥ ମୁଦୁଲି,ମାନଗୋବିନ୍ଦ ମୁଦୁଲି, ଭଗବାନ ମୁଦୁଲି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


