ଶ୍ରୀଜଙ୍ଗ ପଞ୍ଚାୟତର ମହମଦାବଦ୍ ଗ୍ରାମର ମା ଗୁଣ୍ଡିଚା ମନ୍ଦିର ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ବାଲେଶ୍ୱର, (ସରୋଜ ପଣ୍ଡା):ଗୁରୁବାର ଦିନ ଶ୍ରୀଜଙ୍ଗ ପଞ୍ଚାୟତର ମହମଦାବଦ୍ ଗ୍ରାମର ମା ଗୁଣ୍ଡିଚା ମନ୍ଦିର ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଶୋଭନା ମହାନ୍ତି,ଜିଲ୍ଲା ଯୁବମୋର୍ଚ୍ଚା ଉପସଭାପତି ନାରାୟଣ ମହାନ୍ତ,ମଣ୍ଡଳ ସଭାପତି ବିଭୂତି ଭୂଷଣ ସେନାପତି,କୃଷ୍ଣ ଚନ୍ଦ୍ର ସାହା ଅନ୍ୟ ମାନଙ୍କ ମଧ୍ୟରେ ବସନ୍ତ କୁମାର ମହାନ୍ତି, ନକୁଳ ଚନ୍ଦ୍ର ପରିଡା,ସୁରେଶ ମହାନ୍ତି,ପ୍ରହ୍ଲାଦ ମହାନ୍ତି,ଡମ୍ବରୁ ସାହୁ,ମାନସ ମହାନ୍ତି, ନିରୋଦ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଗଛ ଆମ ପରିବେଶ ପାଇଁ ଏକାନ୍ତ ଆବଶ୍ୟକ। ଦିନକୁ ଦିନ ବଢୁଥିବା ବାୟୋ ଏବଂ ପରିବେଶ ପ୍ରଦୂଷଣ କୁ ରୁକିବା ପାଇଁ ଆମେ ପ୍ରତ୍ୟେକେ ଗଛ ଲଗାଇବା ନିହାତି ଆବଶ୍ୟକ ବୁଲି ବିଧାୟକ ଉପସ୍ଥିତ ଲୋକଙ୍କୁ କହିଥିଲେ।