ତାରସିଙ୍ଗି ଅଂଚଳରେ ଗୋଟିଏ ଦିନରେ ଚାରି ଚନ୍ଦନ ଗଛ ଚୋରି
ଭଞ୍ଜନଗର,(ସନ୍ତୋଷ ଜେନା):ଭଞ୍ଜନଗର ଉତ୍ତର ଘୁମୁସର ବନାଞ୍ଚଳ ଅଧୀନରେ ଥିବା ତାରସିଙ୍ଗି ବନାଞ୍ଚଳରେ ଗୋଟିଏ ଦିନରେ ଚାରି ଚନ୍ଦନ ଗଛ ଚୋରି ହୋଇଛି | ସବୁଠାରୁ ଆଶ୍ଚର୍ଯ୍ୟ ବିଷୟ ଯେ ବନ ବିଭାଗ ଫରେଷ୍ଟ ବଙ୍ଗଳା ପରିସରରୁ ଗୋଟେ ଚନ୍ଦନ ଗଛ, ଥାନା ପାଖରୁ ଗୋଟେ ଓ ତାରସିଙ୍ଗି ର ଜଣେ ବ୍ୟକ୍ତି ଙ୍କ ବାଡିରୁ ଦୁଇଟି ଚନ୍ଦନ ଗଛ ଚୋରି ହୋଇଛି।ଯେଉଁ ମାନେ ଏହି ଦୁର୍ଲଭ ଚନ୍ଦନ ଗଛ ର ସୁରକ୍ଷା ଦେବା କଥା ସେମାନଙ୍କ ଅଜ୍ଞାତରେ ଗଛ ଚୋରି ହେବା ଚର୍ଚ୍ଚା ର ବିଷୟ ହୋଇଛି।ବର୍ତ୍ତମାନ ଜଙ୍ଗଲ ବିଭାଗ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଏହିପରି ଚନ୍ଦନ ଗଛ କୁ କାଟି ନେବା ଓ ପୋଲିସ କିମ୍ବା ଫରେଷ୍ଟ ବିଭାଗ ମୁଣ୍ଡ ବ୍ୟଥାର କାରଣ ହୋଇଛି।ସୂଚନା ଅନୁସାରେ ତାରସିଙ୍ଗି ବନାଞ୍ଚଳରେ ଅନେକ ଚନ୍ଦନ ଗଛ ଅଛି, ଯଦି ଏହିପରି ଭାବେ ଚନ୍ଦନ ଗଛ ଚୋରି ରାକେଟ ନିଜର ପାଦୁର୍ଭାବ ବଢାଇବେ ତାହେଲେ ଚନ୍ଦନ ଗଛ ଲୋପ ପାଇଯିବ।ଏହି ଘଟଣା ପରେ ବନ ବିଭାଗ ଓ ତାରସିଙ୍ଗି ଥାନା ତଦନ୍ତ ଚଳାଇଛି।


