ପଙ୍ଖାରେ ଝୁଲି ଯୁବକଙ୍କ ଆତ୍ମହତ୍ୟା

ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ): ବେଲଗୁଣ୍ଠା ଥାନା ଅନ୍ତର୍ଗତ ବଲାଡି ଗ୍ରାମର କୃଷ୍ଣ ପୋଲେଇ (38) ଗତ ରାତିରେ ନିଜ ଘର ପଙ୍ଖାରେ ଶାଢ଼ୀ ଦ୍ୱାରା ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି I ଆଜି କୃଷ୍ଣର ସାନଭଉଣୀ ନୂଆଁ ଗାଆଁ ଗ୍ରାମର ଅଭାଗୀନୀ ରାଉତ ବେଲଗୁଣ୍ଠା ଥାନାରେ ଜଣାଇବା ପରେ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଶବକୁ ଜବତ କରି ଶବ ବ୍ୟବଚ୍ଛେଦ କରାଇବା ସହିତ 11/24 ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତାର ପରିବାରକୁ ହସ୍ତାନ୍ତର କରିଛି I ପ୍ରକାଶ ଥାଉକି କୃଷ୍ଣ ତାର ବାପା ମରିଯିବା ପରେ ନିଜ ସ୍ତ୍ରୀ ଏବଂ ମାଆଙ୍କ ସହିତ ରହୁଥିଲା I କିନ୍ତୁ କୃଷ୍ଣ ଅଧିକାଂଶ ସମୟରେ ମଦ୍ୟପାନ କରି ନିଜ ସ୍ତ୍ରୀ ସହିତ ଝଗଡ଼ା କରିବା ଯୋଗୁଁ କୃଷ୍ଣର ସ୍ତ୍ରୀ ବର୍ତ୍ତମାନ ତାର ବାପଘରେ ରହୁଛି I ସେହିପରି କୃଷ୍ଣ ତାର ବିଧବା ମାଆଙ୍କୁ ମଧ୍ୟ ମାରପିଟ କରିବା ଯୋଗୁଁ କୃଷ୍ଣର ବଡ଼ଭାଇ ତାର ମାଆକୁ ଭୁବନେଶ୍ଵର ନେଇ ନିଜ ପାଖରେ ରଖିଛି I କିଛିଦିନ ହେବ କୃଷ୍ଣ ଏକୁଟିଆ ଘରେ ରହୁଥିଲା I ଆଜି ସକାଳୁ କୃଷ୍ଣ ଆତ୍ମହତ୍ୟା କରିଥିବା ଗ୍ରାମବାସୀ ଜାଣିବ ପରେ ତାର ସାନଭଉଣୀକୁ ଖବର ଦେଇଥିଲେ I ବେଲଗୁଣ୍ଠା ଥାନା ଏସ୍ଆଇ ଜ୍ୟୋତ୍ସ୍ନା ପ୍ରଧାନ ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି I ଖବର ପାଇ କୃଷ୍ଣର ବଡ଼ଭାଇ ଏବଂ ମାଆ ଭୁବନେଶ୍ଵରରୁ ଫେରିଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ