ଧରିତ୍ରୀ ପବ୍ଳିକ ସ୍କୁଲରେ ବାର୍ଷିକ ଉତ୍ସବ ପାଳିତ

ହିଞ୍ଜିଳିକାଟୁ, (ଯୁଗାବ୍ଦ ନ୍ୟୁଜ/ ଶେଷଦେବ ସାହୁ): ହିଂଜିଳିକାଟୁ ପୌରାଂଚଳ ସ୍ଥିତ ଧରିତ୍ରୀ ପବ୍ଳିକ ସ୍କୁଲର ୬ଷ୍ଠ ବାର୍ଷିକତ୍ସୋବ ରବିବାର ସ୍ଥାନୀୟ ସ୍ୱଂୟଶାସିତ ବିଜ୍ଞାନ ମହାବିଦ୍ୟାଳୟ ପରିସରସ୍ଥ ରାମଚନ୍ଦ୍ର ମର୍ଦ୍ଧରାଜଦେଓ ଶତାବ୍ଦୀ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ. ଶିବପ୍ରସନ୍ନ ପାଠିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବରିଷ୍ଟ ଶିକ୍ଷାବିତ୍ ଡ଼ଃ. ଗଦାଧର ବେହେରା ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଶୁଭ ଉଦଘାଟନ କରିବା ସହ ନିଜ ବକ୍ତବ୍ୟରେ ଶିକ୍ଷା ହିଁ ଶିକ୍ଷାର୍ଥୀଙ୍କ ମାନଦଣ୍ଡ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ପ୍ରାଣୀ ଚିକିତ୍ସକ ଡ଼ାକ୍ତର ଲମ୍ବୋଦର ମହାପାତ୍ର ଓ ସମ୍ମାନିତ ଅତିଥି ଭାବେ ସହକାରୀ ପ୍ରାଣୀ ଚିକିତ୍ସକ ଡ଼ାକ୍ତର ପ୍ରବୀଣ କୁମାର ସାହୁ ଓ ଧାକ୍ତର ପ୍ରିୟଦର୍ଶନୀ ପଟ୍ଟନାୟକ ମଂଚାସିନ ଥିଲେ । ଅଧ୍ୟକ୍ଷ ପାଠି ବିଦ୍ୟାଳୟର ବାର୍ଷିକ ବୀବରଣୀ ପାଠ କରିଥିବା ବେଳେ ବିଥିକା ପାଠି ଅତିଥି ପରିଚୟ ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥବା କୃତୀ ପ୍ରତିଯୋଗୀଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା । ପରିଶେଷରେ ବିଦ୍ୟାଳୟର କୁନି କୁନି ଶିକ୍ଷାର୍ଥୀ ମାନଙ୍କଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଶିକ୍ଷୟତ୍ରୀ ରଶ୍ମିତା ବେହେରା କାର୍ଯ୍ୟକ୍ରମ ପରିଚାଳନାକ୍ରିଥିବା ବେଳେ ଶିକ୍ଷୟତ୍ରୀ ମିନତି ସେଠି, ଭାଗ୍ୟ ଗୌଡ଼, ସ୍ନେହା ସାହୁ, ଭାରତି ଗୌଡ଼, ଶିବାନି ଷଡ଼ଙ୍ଗୀ, ମଧୁତୁଳସୀ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ