ଗାୟକ କେଦାର ପାଣିଗ୍ରାହୀଙ୍କ ଅଷ୍ଟମ ଶ୍ରାଦ୍ଧ ବାର୍ଷିକ ଉତ୍ସ

ବ୍ରହ୍ମପୁର, (ଅନିଲ କୁମାର):ଗଞ୍ଜାମ କଳା ପରିଷଦ ପରିସରରେ ପ୍ରଖ୍ୟାତ ଲୋକସଙ୍ଗୀତ ଗାୟକ ସ୍ବର୍ଗତ କେଦାର ପାଣିଗ୍ରାହୀଙ୍କ ଅଷ୍ଟମ ଶ୍ରାଦ୍ଧ ବାର୍ଷିକ ଉତ୍ସବ ସଙ୍ଗୀତ ପ୍ରେମୀ ଏବଂ ସାରସ୍ବତ ସାଧକ ମାନଙ୍କ ଭବ୍ୟ ଉପସ୍ଥିତିରେ ମହାସମାରୋହରେ ପାଳିତ ହୋଇଛି। ଉକ୍ତ କାର୍ଯ୍ୟକ୍ରମରେ ପ୍ରଥମ ଅଧିବେଶନରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ସାଂସ୍କୃତିକ ଅଧିକାରୀ ରବିନାରାୟଣ ବେହେରା ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଶୁଭାରମ୍ଭ କରିଥିଲେ । ମୁଖ୍ୟବକ୍ତା ରୂପେ ବ୍ରହ୍ମପୁର ଆକାଶବାଣୀ ପୂର୍ବତନ ନିର୍ଦ୍ଦେଶକ ହୃଷୀକେଶ ପାଣିଗ୍ରାହୀ, ସମ୍ମାନିତ ଅତିଥି ଭାବେ ଓଡ଼ିଶା ପୂର୍ବତନ କାଜୁ ନିଗମ ଅଧ୍ୟକ୍ଷ ସୁବାସ ମହାରଣା, ଓଡିଶା ସଙ୍ଗୀତ ନାଟକ ଏକାଡେମୀ ସଦସ୍ୟ ଅନିଲ ପାତ୍ର, ଓଡ଼ିଶୀ ଅନୁସନ୍ଧାନ କେନ୍ଦ୍ରରୁ ଶଙ୍କର୍ଷଣ ପାତ୍ର, ଗାୟକ ପ୍ରଭାତ ପଟ୍ଟନାୟକ, ସଙ୍ଗୀତ ନିର୍ଦ୍ଦେଶକ ତାପସ ପାଣିଗ୍ରାହୀ, ଆଇନଜିବୀ ପ୍ରଣବ ପଣ୍ଡା, ସରୋଜ ଗଙ୍ଗା ସାଇ ପ୍ରଡକ୍ସନ ମୁଖ୍ୟ ଦିଲ୍ଲୀପ ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇଥିଲେ । ମଞ୍ଚରେ ରାମ ନାଟକ ଗାୟକ ସଇତ ବିଷୋୟୀ ଏବଂ ଗାହାଣ ଗାୟକ ଚିନ୍ତାମଣି ପ୍ରଧାନଙ୍କୁ କେଦାର ପାଣିଗ୍ରାହୀ ସ୍ମୃତି ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । ମୂର୍ଚ୍ଛନା କଳାକେନ୍ଦ୍ର ତରଫରୁ ମନୋଜ ପାଣିଗ୍ରାହୀଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ସଂଚାଳିତ ହୋଇଥିଲା । ଯୁବ ଉପସ୍ଥାପକ ରାଇରଞ୍ଜନ୍ ନନ୍ଦ ନିଜ ଶବ୍ଦ ଚାତୁରୀରେ ସୁନ୍ଦର ଭାବେ କାର୍ଯ୍ୟ ପରିଚାଳନା କରିଥିଲେ ।
କାର୍ଯ୍ୟକ୍ରମର ଦ୍ଵିତୀୟ ଅଧିବେଶନରେ ଜିଲ୍ଲାର କୋଣ ଅନୁକୋଣରୁ ଅନେକ ପ୍ରତିଭା ନିଜ ନିଜ ସୁଲଳିତ କଣ୍ଠସ୍ୱରରେ ଭଜନ ପରିବେଷଣ କରି ଦିବଂଗତ କେଦାର ପାଣିଗ୍ରାହୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ବୃନ୍ଦାବନ ସାହୁ, ହରିହର ଚୌଧୁରୀ, କୃଷ୍ଣ ପଣ୍ଡା, ଶୁଭଶ୍ରୀ ସାବତ, ଶୁଭସ୍ମିତା ସାବତ, କାର୍ତ୍ତିକ ପାଣିଗ୍ରାହୀ, ଚନ୍ଦନ ଗନ୍ତାୟତ, ଗାୟତ୍ରୀ ପାଣିଗ୍ରାହୀ, ତୃପ୍ତି, ପାବନି, ଅଭୟେନ୍ଦୁ, ବରୁଣ, ମଧୁସୂଦନ, ଆଦି କଳାକାର ମାନେ ଉପସ୍ଥିତ ଥିଲେ । ମଞ୍ଚରେ ଭେଙ୍କେଟ, ରଞ୍ଜନ, ଗଣେଶ, ରୀଙ୍କୁନୁ, ରାବଣା, ଟିକିରି, ରାମଚନ୍ଦ୍ର, ଭଗବାନ ବସନ୍ତ ପ୍ରମୁଖ ବାଦ୍ୟ ପରିବେଷଣ କରିଥିଲେ । ଶେଷରେ ମିନତି ଆଚାର୍ଯ୍ୟଙ୍କ ଧନ୍ୟବାଦ ଅର୍ପଣରେ ସଭାର ସମାପନ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ