ରାଜନୀତିରେ ଭିନ୍ନ ସ୍ୱାଦ

ଦୁଇଦିନତଳେ ମୋର ଜଣେ ବଂଧୁ ନାରଣଙ୍କୁ ପଚାରିଲି : ନାରଣ, ତୁମେ ନିର୍ବାଚନ-୨୦୧୯ରେ କ’ଣ ପରିବର୍ତ୍ତନ ଆଶା କରୁଛ ?
ସେ କହିଲେ :ବୁଝିଲେ ଆଜ୍ଞା, ମୁଁ କିଛିବି ଆଶାକରୁନାହିଁ । ପରିବର୍ତ୍ତନ ହେବାର ପ୍ରଶ୍ନ ବି ନାହିଁ । ସେଇ ପୁରୁଣାଲୋକ ଆସିବେ; ତାଙ୍କ ପୂର୍ବସ୍ଥାନରୁ ଆସିବେ; ନୋହିଲେ ନୂଆ ଯାଗାରୁ ଆସିବେ, ସେହିଁ ଆସିବେ ଅବା ତାଙ୍କ ପିଲାଏ ଆସିବେ ଏବଂ ପୁଣି ସେହି ଚିରାଚରିତ ପ୍ରଥାରେ ଶାସନ ଚାଲିବ । ଖାଲି ଯାହା ଗୋଟେ ପାଞ୍ଚ ବର୍ଷିଆ ସମୟ ପରିବର୍ତ୍ତନ ହେବ ।
ପଚାରିଲି : କିଛି ବି ଦେଶର ପରିବର୍ତ୍ତନ ହେବ ନାହିଁ ?
ସେ କହିଲେ : ପରିବର୍ତ୍ତନ ହୁଅନ୍ତା ଯଦି ନେତା ଏବଂ ତାଙ୍କ ପରିବାରବାଦ ସମ୍ପୂର୍ଣ୍ଣ ପରିବର୍ତ୍ତନ ହୁଅନ୍ତେ ଓ ନୂଆ ଲୋକ ଆସନ୍ତେ । ଏଠି ତ ନୂଆ ସରକାର କହିଲେ ସେଇ ପୁରୁଣା ମଦ ଖାଲି ଯାହା ନୁଆ ବୋତଲରେ । ସେ ଗାଦି ଛାଡ଼ିବେ, ‘ନାଁ ଆପଣ ଗାଦି ମାଡ଼ିବେ । ଆପଣଙ୍କର କୋଉ ବଳ ଅଛି କି ? ଅର୍ଥ ବଳ, ବାହୁ ବଳ, ଶସ୍ତ୍ର ବଳ ନା’ କଳ ବଳ । ସେ ସବୁଥିରେ ସିଂହ ବଳକୁ ଆପଣଙ୍କର ମୂଷା ବଳ କୋଉଥିକୁ ପାଏ !
କହିଲି : ତା ହେଲେ ତୁମ ମତରେ ପରିବର୍ତ୍ତନ ପାଇଁ ସମ୍ଭାବ୍ୟ ପନ୍ଥା କ’ଣ ? ନଁ; ସେମାନଙ୍କୁ ଯୁଗ ଯୁଗ ପାଇଁ ଆମକୁ ଶାସନ କରିବାରେ ଛାଡ଼ିଦେବା ? ଇଂଗ୍ରେଜ ଆମକୁ ଶୋଷଣ କଲାପରି ତାଙ୍କ ଶୋଷଣକୁ ଆମେ ଆପଣେଇ ନେବା କି?
ସେ କହିଲେ : ପରିବର୍ତ୍ତନ ଅବଶ୍ୟମ୍ଭାବୀ ଏବଂ ସବୁଠୁ ସହଜ ଉପାୟ ହେଉଛି ନିର୍ବାଚନରେ ଏମାନଙ୍କୁ ସମ୍ପୁର୍ଣ୍ଣ ବୟକଟ୍ କରିବା; କାହାକୁବି ଭୋଟ୍ ଦେବା ନାହିଁ । ନିର୍ବାଚନର କ୍ଷତି ଦେଶ ସହୁ ପଛେ, ଅନ୍ତତଃ ଦେଶକୁ କ୍ଷତି ପଂହଚାଉଥିବା ଲୋକକୁ ତ ଦୁରେଇ ପାରିବା ! ତାପରେ ଦେଖିବେ ସବୁ ଶାସନ କଳ ତଳରୁ ତୁଳି ଯାଏଁ ଆପେ ଆପେ ସୁଧୁରିଯିବ । ଦୁର୍ନିତି ଲୋପ ପାଇଜିବ ।
କହିଲି : ଦୁର୍ନିତି ଲୋପ ପାଇଯିବ ! ସେ କହିଲେ, ଅପେକ୍ଷା କରନ୍ତୁ ଆଜ୍ଞା, ନୂଆ ସକାଳ ଦିନେନା ଦିନେ ଆସିବ । ଏ ପୁରୁଣା କାନ୍ଥକୁ ଧକ୍କା ଦେଇ ଲୋକେ ନୂଆ ଦୁର୍ଗ ଛିଡ଼ା କରିବେ । ସେଇଠୁ ଆରମ୍ଭ ହେବ ଲଢ଼େଇ; ସେ ଲଢ଼େଇ ମହାତ୍ମା ଗାନ୍ଧିଙ୍କର ସତ୍ୟ ଅହିଂସା ହେଉ, ଅଥବା ନେତାଜୀଙ୍କର ସଶସ୍ତ୍ର ସଂଗ୍ରାମ ହେଉ, ସେତେବେଳେ ଲୋକେ ଯାହା ବୁଝିବେ, ତାହାହିଁ ହେବ । ସେତିକିବେଳେ ଏ ନିର୍ବାଚନୀ ବିପ୍ଲବର ନାଁ ହେବ ପରିବର୍ତ୍ତନ ! ‘ପରିବର୍ତ୍ତନ’ !! ଏକଥାକୁ ବୁଝିବାକୁ ଆଉ ଟିକିଏ ସମୟ ଲାଗିବ । କେବଳ ଅପେକ୍ଷା କରାଯାଉ ।

 

ବିପିନ୍ ବିହାରୀ ମହାନ୍ତି
ବିକାଶ ନଗର, ଜଟଣୀ, ମୋ.-୯୯୩୮୩୪୪୧୩୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ