ଦେଶରେ କ୍ରମ ବର୍ଦ୍ଧିଷ୍ଣୁ ନାରୀ ନିର୍ଯ୍ୟାତନା ଓ ହତ୍ୟାକାଣ୍ଡ ପ୍ରତିବାଦରେ ଶୋଭାଯାତ୍ରା
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଦେଶର ବିଭିନ୍ନ ରାଜ୍ୟରେ ଦିନକୁ ଦିନ ନାରୀ ନିର୍ଯ୍ୟାତନା ହତ୍ୟାକାଣ୍ଡ ବଢି ଚାଲିଛି । ସ୍ୱାଧୀନ ଦେଶରେ ନାରୀକୁ ସୁରକ୍ଷା ଦିଆଯାଇପାରୁ ନାହିଁ । ନାରୀମାନଙ୍କ ପ୍ରତି ହେଉଥିବା ବର୍ବରୋଚିତ କାଣ୍ଡକୁ ଦେଖିଲେ ସର୍ବ ସ୍ତରର ମଣିଷ ବିବ୍ରତ ହୋଇପଡୁଛି । ତେଣୁ ଏହାର ସ୍ଥାୟୀ ସମାଧାନ ପାଇଁ ସବୁ ସ୍ତରରେ ଦାବି କରାଯାଇଛି । ପଶ୍ଚିମବଙ୍ଗ କଲିକତାର ଡାକ୍ତର ଛାତ୍ରୀଙ୍କୁ ଯେପରି ଭାବେ ହତ୍ୟା କରାଯାଇଛି । ତାହାକୁ ଦୃଢ ନିନ୍ଦା କରାଯାଇଛି । ଏହି ପରିପ୍ରେକ୍ଷୀରେ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ବାଂଶ ଗ୍ରାମର ସମାଜସେବୀ ସୁବାସ ସ୍ୱାଇଁଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀମାନେ ଏକ ପ୍ଳା କାର୍ଡ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଡାକ୍ତର ଛାତ୍ରୀଙ୍କର ଅମର ଆତ୍ମାର ସଦ୍ଗତି କାମନା ସହିତ ତାଙ୍କୁ ଉଚିତ ନ୍ୟାୟ ଦେବା ପାଇଁ ନାରା ଦେଇଥିଲେ । ଉକ୍ତ ଘଟଣାରେ ସଂପୃକ୍ତ ସମସ୍ତ ଅପରାଧୀକୁ ଦୃଷ୍ଟାନ୍ତମୂଳକ ଶାସ୍ତି ଦିଆଯିବା ପାଇଁ ଦାବି କରିଥିଲେ ।