ମୁଖ୍ୟ ଡାକଘର ପରିଭ୍ରମଣ କରି ବିଭିନ୍ନ ବିଷୟରେ ଜ୍ଞାନ ଅହରଣ କଲେ ୟୁରୋ ସ୍କୁଲ ର ବିଦ୍ୟାର୍ଥୀ
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ପିଲାଙ୍କ ପାଠପଢ଼ା ସହିତ ବୈଷୟିକ ଜ୍ଞାନ ଏବଂ ବିଭିନ୍ନ ବିଭାଗ ପକ୍ଷରୁ ପ୍ରଦାନ କରାଯାଉଥିବା ସେବା ବିଷୟରେ ଜ୍ଞାନ ଆହୋରଣ ଲକ୍ଷ୍ୟ ନେଇ ଅନ୍ତର୍ଜାତୀୟ ମାର୍କା ଛତ୍ରପୁର ର ଅଗ୍ରଣୀ ଶିକ୍ଷାନୁଷ୍ଠାନ ୟୁରୋ ସ୍କୁଲ ର ମୁଖ୍ୟ ରଞ୍ଜନ ମହାପାତ୍ର ଙ୍କ ନିର୍ଦେଶ କ୍ରମେ ପ୍ରିନସିପାଲ ତପସ୍ୱିନୀ ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ ସ୍କୁଲ ର ତୃତୀୟ ଶ୍ରେଣୀ ଛାତ୍ର ଛାତ୍ରୀ ମାନେ ଛତ୍ରପୁର ମୁଖ୍ୟ ଡାକଘରକୁ ଡାକଘର ରେ ଉପଲବ୍ଧ ବିଭିନ୍ନ ସେବା ସମ୍ପର୍କ ରେ ଜାଣିବା ସକାଶେ ପରିଭ୍ରମଣ କରିଥିଲେ l ଏ ଅବସର ରେ ପୋଷ୍ଟମାଷ୍ଟର ଲଳିତ ବେହେରା, ଏପିଏମ ରାମଚନ୍ଦ୍ର ପ୍ରଧାନ ବିଦ୍ୟାର୍ଥୀ ମାନଂକୁ ବିଭିନ୍ନ କାଉଣ୍ଟର ବୁଲାଇ ପୋଷ୍ଟ ଅଫିସ ଡାକ ସେବା, ସଂଚୟ ସେବା ପ୍ରଭୃତି ସମ୍ୟକ ଧାରଣା ଦେଇଥିବା ବେଳେ ହୂମ୍ମାଉପ ଡାକପାଳ ତଥା ଜାତୀୟ ଡାକ କର୍ମଚାରୀ ସଂଘ ର ବ୍ରହ୍ମପୁର ମଣ୍ଡଳ ସମ୍ପାଦକ ଗୌର ହରି ପଣ୍ଡା ପିଲାମାନଙ୍କୁ ଚିଠି ଲେଖିବା, ଠିକଣା ଲେଖିବା, ଡାକ ବାକ୍ସ ରେ ଡ୍ରପ କରିବା ଏସବୁ ଡେମୋନଷ୍ଟ୍ରସନ କରି ଦେଖାଇଥିଲେ ଓ ବିଦ୍ୟାର୍ଥୀ ମାନେ ନିଜେ ଅନ୍ତରଦେଶୀୟ ପତ୍ର ପୋଷ୍ଟ କାର୍ଡ ରେ ଚିଠି ଲେଖି ଡାକ ବକ୍ସ ରେ ପକାଇ ଥିଲେ l ଏହା ବ୍ୟତୀତ ପୋଷ୍ଟ ଅଫିସ ର ଆଧାର ସେବା ପାସ୍ ଫୋଟ ସେବା ପ୍ରଭୃତି ସମ୍ପର୍କରେ ଆଲୋକପାତ କରିବା ସହ ଫିଲେଥେଲିକ ସେବା ମାଇଁ ଷ୍ଟାମ୍ପ ସେବା ପ୍ରଭୃତି ସମ୍ପର୍କରେ ଆଲୋଚନା କରିଥିଲେ l ଶେଷରେ ସ୍କୁଲ ର ମୁଖ୍ୟ ଶ୍ରୀ ମହାପାତ୍ର ଙ୍କ ଏହି ଉଦ୍ୟମ ପାଇଁ ବ୍ରହ୍ମପୁର ଡାକମଣ୍ଡଳ ତରଫରୁ ବିଜିନେସ ଏକଜୁଟିଭ ପ୍ରତାପ ସ୍ୱାଇଁ ଧନ୍ୟବାଦ ଜ୍ଞ୍ୟାପନ ପୂର୍ବକ ଅନ୍ୟ ଅନୁଷ୍ଠାନର ଷଷ୍ଠ ରୁ ନବମ ଶ୍ରେଣୀର ପିଲା ମାନଙ୍କୁ ଦିନ ଦୟାଲ ସ୍ପର୍ଶ ମେଧାବୃତ୍ତି ପରୀକ୍ଷାରେ ଭାଗ ନେବାକୁ ପ୍ରଶ୍ଚହିତ କରିବା ସକାଶେ ନିବେଦନ କରିଥିଲେ l


