କୋଲକତା ଆର.ଜି କର ହସ୍ପିଟାଲ ଡାକ୍ତରାଣୀଙ୍କ ଦୁଷ୍କର୍ମ ଓ ହତ୍ୟା ମାମଲାରେ ମମତା ବାନାର୍ଜୀ ତୁରନ୍ତ ଇସ୍ତଫା ଦିଅନ୍ତୁ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଅଦ୍ୟ ଓଡିଶା ରାଜ୍ୟ ଯୋଗ ଚିକିତ୍ସକ ସଂଘ ତରଫରୁ ବୁଲନଭାଇ ସେବା ଭବନ, ଭୁବନେଶ୍ୱର ଠାରେ ଅପରାହ୍ନ ୪ ଘଟିକା ସମୟରେ କଲିକତା ରାଧାଗୋବବିନ୍ଦ କର ହସପିଟାଲରେ ଜଣେ ଟ୍ରେନିଂ ଡାକ୍ତରାଣୀ ସାଥିରେ ଦୁଷ୍କର୍ମ ସହିତ ହତ୍ୟା କରାଯାଇଥିବା ଅମାନୁଷିକ ଘଟଣାକୁ ବିରୋଧ କରି ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ କରାଯାଇଅଛି । ଉକ୍ତ ସଭାରେ ସଂଘର ସଭାପତି ଡକ୍ଟର ବନମାଳୀ ରଥଙ୍କ ଆହ୍ୱାନ କ୍ରମେ ଉପସ୍ଥିତ ସମସ୍ତ ସଦସ୍ୟମାନେ ୨ ମିନିଟ ସକାଶେ ଅମର ଆତ୍ମା ଉଦ୍ଦେଶ୍ୟରେ ଠିଆ ହୋଇ ନୀରବ ପ୍ରାର୍ଥନା କରିଛନ୍ତି । ସଂଘର ସାଧାରଣ ସମ୍ପାଦକ ମନୋଜ କୁମାର ମୁଖାର୍ଜୀ, ଉପସଭାପତି ଡଃ ଅୟସକାନ୍ତ ଦାସ, ସଂଘର କାର୍ଯ୍ୟକାରୀ ସଭାପତି ଭାସ୍କର ଚନ୍ଦ୍ର ପଟ୍ଟନାୟକ, ଉପଦେଷ୍ଟା ଡଃ ପ୍ରଫୁଲ କୁମାର ତ୍ରିପାଠୀ ଓ ପରେଶ ବୋଇଧର, କାର୍ଯ୍ୟକାରୀ ସଭ୍ୟା ବିନତୀ ମଲ୍ଲିକ ଓ ସବିତା ମହାପାତ୍ର, କୋଷାଧ୍ୟକ୍ଷ ଅଜିତ କୁମାର ନାୟକ, ରାଜ୍ୟ ସଂଯୋଜକ ବୀର କିଶୋର ବେହେରା, ଭାରତୀୟ ଗଣମାଧମ ପରିଷଦର ଉପାଧ୍ୟକ୍ଷ ରଜନୀକାନ୍ତ ସାମନ୍ତରାୟ, ସମାଜ ସେବୀ ପରମେଶ୍ୱର ଦାଶ, ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘର ସାଧାରଣ ସମ୍ପାଦକ ପ୍ରସନ୍ନ କୁମାର ମହାନ୍ତି ପ୍ରମୁଖ ଶ୍ରଦ୍ଧାଞ୍ଜଳୀ ସଭାରେ ନିଜ ବକ୍ତବ୍ୟରେ କଲିକତାରେ ଘଟିଥିବା ଘଟଣାକୁ ଘୋର ନିନ୍ଦା କରିବା ସହିତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତୁରନ୍ତ ନିଜ ପଦରୁ ଇସ୍ତଫା ଦେବା ପାଇଁ ଦାବୀ କରାଯାଇଛି । ନିକଟରେ ମମତା ବାନାର୍ଜୀଙ୍କ ଦେଶଦ୍ରୋହ ବକ୍ତବ୍ୟରେ ସାରା ଓଡିଶାବାସୀ ମର୍ମାହତ ହୋଇଛନ୍ତି, ଏ କଥା ସଂଘର ସଭାପତି ଶ୍ରୀ ରଥ ନିଜ ବକ୍ତବ୍ୟରେ ପ୍ରକାଶ କରିଛନ୍ତି କି ଓଡିଶା ହେଉଛି ଏକ ଶାନ୍ତିପ୍ରିୟ ରାଜ୍ୟ । ଯେଉଁ ରାଜ୍ୟରେ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁ ବାସ କରୁଛନ୍ତି ସେ ରାଜ୍ୟରେ କାହାର ମଧ୍ୟ ଖରାପ ନଜର ପଡିପାରିବ ନାହିଁ । ଓଡିଶାରେ କେବେ ବି କେତେବେଳେ ବି ନିଆଁ କେହି ଲଗାଇ ପାରିବେ ନାହିଁ । ତେଣୁ ଛାତ୍ର ମାନଙ୍କ ଉପରେ ବର୍ବରତା, ପୋଲିସ ମାଧ୍ୟମରେ ପ୍ରଦର୍ଶନକାରଙ୍କ ଉପରେ ଦମନଲୀଳା, ନାରୀ ଏବଂ ଶିଶୁ ଯେଉଁ ରାଜ୍ୟରେ ସୁରକ୍ଷିତ ନାହାଁନ୍ତି ସେପରି ମୁଖ୍ୟମନ୍ତ୍ରୀଙ୍କ ଜନତା ହତ୍ୟାକାରୀ ପ୍ରଶାସନ, ଦେଶରେ ଅରାଜକତା ସୃଷ୍ଟି କରିବା ପାଇଁ ଏବଂ କେନ୍ଦ୍ର ସରକାରଙ୍କୁ ବଦନାମ କରିବାକୁ ଯେଉଁ ବିଫଳ ପ୍ରୟାସ କରାଯାଇଛି,ତେବେ ମହାମହିମ ରାଷ୍ଟ୍ରପତି ତୁରନ୍ତ ମମତା ସରକାରକୁ ବରଖାସ୍ତ କରି ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଲଗାଇ ଶାନ୍ତି କାୟମ କରିବାକୁ ଏକ ପ୍ରସ୍ତାବ ପାରିତ କରାଯାଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ଓଡିଶା ରାଜ୍ୟପାଳଙ୍କ ଜରିଆରେ ସଂଘର ପ୍ରତିନିଧି ମଣ୍ଡଳ ରାଜଭବନ ଯାଇ ଦେଇଛନ୍ତି । ବିଭିନ୍ନ କ୍ଷେତ୍ରରୁ ଆସିଥିବା ବକ୍ତାମାନେ ନିଜ ବକ୍ତବ୍ୟରେ ଘୋର ନିନ୍ଦା କରିଥିଲେ ବୋଲି ସଂଘର ସଭାପତି ଶ୍ରୀ ରଥ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ