ଘୁମୁସର ବିଶ୍ଵକର୍ମା ସମାଜ ପକ୍ଷରୁ ପ୍ରଭୁ ବିଶ୍ଵକର୍ମା ପୂଜା

ବୁଗୁଡା , (ଅନିଲ କୁମାର ମହାରଣା) : ଘୁମୁସର ତାଲୁକା ବିଶ୍ଵକର୍ମା ସମାଜ ପକ୍ଷରୁ ଗଞ୍ଜାମ ଜିଲ୍ଲା, ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦର ବିଶ୍ଵକର୍ମା ସମାଜ ଗୃହରେ ଦେବ ଶିଳ୍ପୀ ବିଶ୍ଵକର୍ମାଙ୍କ ଜୟନ୍ତୀ ଉପଲକ୍ଷେ ବିଶ୍ଵକର୍ମା ପୂଜା, କନ୍ୟା ସଂକ୍ରାନ୍ତି ସେପ୍ଟେମ୍ବର ୧୬ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ପୂଜା ଉତ୍ସବରେ ଓଡିଶା ସରକାରଙ୍କ ମାନ୍ୟବର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ଏବଂ ଅଣୁ, କ୍ଷୁଦ୍ର ଓ ମାଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଳିକ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ। ମାନ୍ୟବର ମନ୍ତ୍ରୀ ଶ୍ରୀ ମଳିକ ନିଜ ବକ୍ତବ୍ୟରେ ପ୍ରଧାନମନ୍ତ୍ରୀ ବିଶ୍ଵକର୍ମା ଯୋଜନା ବିଷୟ ନେଇ ପ୍ରାଞ୍ଜଳ ଭାବେ ବୁଝାଇଥିଲେ। ଏହାର ସୁଯୋଗ ନେବାକୁ ସେ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଘୁମୁସର ତାଲୁକା ବିଶ୍ଵକର୍ମା ସମାଜ ସଭାପତି ସୂର୍ଯ୍ୟନାରାୟଣ ମହାରଣା ଅଧ୍ୟକ୍ଷତା କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶନୀ ଆଚାରୀ, ପ୍ରଭାକର ପଣ୍ଡା , ରଘୁନାଥ ପଣ୍ଡା, ପୂର୍ବତନ ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ଜେନା, ପୂର୍ବତନ ସମିତି ସଭ୍ୟ ମହେନ୍ଦ୍ର କୁମାର ପଣ୍ଡା ଯୋଗଦେଇଥିଲେ। ଏହି ଅବସରରେ ସମାଜର ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଘୁମୁସର ତାଲୁକା ବିଶ୍ଵକର୍ମା ସମାଜ ଉପସଭାପତି ଗୋପାଳ କୃଷ୍ଣ ମହାରଣା, ସମ୍ପାଦକ ସନ୍ୟାସୀ ମହାରଣା, ଉପଦେଷ୍ଟା ରାଜେନ୍ଦ୍ର ମହାରଣା, କୋଷାଧ୍ୟକ୍ଷ ଗଣପତି ମହାରଣା, ଦୁଃଖୀରାମ ମହାରଣା, ହରି ମୋହନ ମହାରଣାଙ୍କ ସମେତ ତାଲୁକାର ଶହ ଶହ କୁଳ ଭାଇ ଓ ଭଉଣୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ବାଲିପଦର କୁଳ ଭାଇମାନେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ