ନୁତନ ସହକାରୀ ବନ ସଂରକ୍ଷକଙ୍କ ଦାୟୀତ୍ୱ ଗ୍ରହଣ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ପାରଳାଖେମୁଣ୍ଡି ବନ ଉପଖଣ୍ଡରେ ନୁତନ ସହକାରୀ ବନ ସଂରକ୍ଷକ ଭାବେ ଗୌରୀ ପ୍ରସାଦ ରଥ ଦାୟୀତ୍ୱ ଗ୍ରହଣ କରିଛନ୍ତି । ଶ୍ରୀ ରଥ ଏଥି ପୁର୍ବରୁ ଶାତକୋଶିଆ ବନ୍ୟପ୍ରାଣୀ ଅଭୟାରଣ୍ୟରେ ସହକାରୀ ବନ ସଂରକ୍ଷକ ଭାବେ ଗତ ୨ବର୍ଷ ଧରି କାର୍ଯ୍ୟ କରି ବହୁ ସୁନାମ ଅର୍ଜନ କରିଥିଲେ । ଗତ ୨୦୦୭ ଠାରୁ ୨୦୧୧ ପର୍ଯ୍ୟନ୍ତ ୫ବର୍ଷରୁ ଉର୍ଦ୍ଧ ସମୟ ଧରି ପାରଳା ବନ ଉପଖଣ୍ଡରେ ରେଞ୍ଜ ଅଧିକାରୀ ଭାବେ ବହୁ ଉଲ୍ଲେଖନୀୟ କାର୍ଯ୍ୟ ସମ୍ପାଦନ କରି ସାଧାରଣଙ୍କ ଠାରେ ବେଶ ପରିଚିତ ଥିଲେ । ବର୍ତ୍ତମାନ ସହକାରୀ ବନ ସଂରକ୍ଷକ ଭାବେ ଦାୟୀତ୍ୱ ନେବା ପରେ ଗୌରୀ ପ୍ରସାଦ ରଥ କହିଛନ୍ତି,ବନ ସମ୍ପଦ ଓ ପାରଳା ଉପଖଣ୍ଡର ବନର ସୁରକ୍ଷା ମୋର ମୁଳ ଲକ୍ଷ୍ୟ ଏବଂ ମୁଖ୍ୟ କାର୍ଯ୍ୟ ଅଟେ । ଗଜପତି ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ଯଥା ପ୍ରସିଦ୍ଧ ଗଣ୍ଡାହାତୀ ଓ ଖସଡା ଜଳପ୍ରପାତ ଏବଂ ଜିଲ୍ଲାର ସମସ୍ତ ପର୍ଯ୍ୟଟନ କେନ୍ଦ୍ରରେ ଇକୋ ଟ୍ୟୁରିଜମ ବ୍ୟବସ୍ଥା ଦ୍ୱାରା ପର୍ଯ୍ୟଟନ କେନ୍ଦ୍ର ଗୁଡିକର ବିକାଶ ଏବଂ ସେହି ଅଞ୍ଚଳର ଜଙ୍ଗଲ,ପରିବେଶ ଏବଂ ବନ ସମ୍ପଦର ସୁରକ୍ଷ୍ୟା ପାଇଁ ମୁଁ କାର୍ଯ୍ୟ କରିବି । ଏହା ଛଡା ଗତ ତିତିଲି ମହା ବାତ୍ୟା ଦ୍ୱାରା ଗଜପତି ଜିଲ୍ଲାର ମହେନ୍ଦ୍ରଗିରି ପାଦଦେଶରେ ଥିବା ମୁନିଙ୍ଗା ବାଡ ଜଙ୍ଗଲରୁ ପତିତ ବହୁମୁଲ୍ୟ ରକ୍ତ ଚନ୍ଦନ ଗଛକୁ ଠିକ୍ ଭାବେ ଉଦ୍ଧାର କରି ବନ ଉନ୍ନୟନ ନିଗମକୁ ହସ୍ତାନ୍ତର କରିଛି । ମୋର ଗତ ୫୦ଦିନର କାର୍ଯ୍ୟ ଭାର ମଧ୍ୟରେ ମୋଟ ୪୮୯ ଗୋଟି ପତିତ ବହମୁଲ୍ୟ ରକ୍ତ ଚନ୍ଦନ ଗଛକୁ ସଂଗ୍ରହ କରି ନିଗମକୁ ଦିଆଯାଇଛି । ଏଠାରେ ୁଲ୍ଲେଖ ଯୋଗ୍ୟ ଯେ,ଏହି ବହମୁଲ୍ୟ ରକ୍ତ ଚନ୍ଦନ େଓøଷଧୀୟ ବୃକ୍ଷ ଭାବେ ଇଣ୍ଟରନ୍ୟାସେନାଲ ବଜାରେର ବହୁ ଚାହିଦା ରହିଛି । ନିଗମ ପକ୍ଷରୁ ସରକାରୀ ନିୟମ ଦ୍ୱାରା ଏହାକୁ ସେହି ବଜାରେର ବିକ୍ରି ବ୍ୟବସ୍ଥା କରାଯାଇ ପାରିବ ।


