ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ରେଭେନ୍ୟୁ କଲୋନୀ ଠାରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାଯ୍ୟକ୍ରମରେ ସମସ୍ତ କଲୋନୀ ବାସିନ୍ଦା ଉପସ୍ଥିତ ରହି ସାହିର ରାସ୍ତା ଘାଟ ପରିସ୍କାର ପରିଚ୍ଛନ୍ନ କରଯାଇଛି, ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜଙ୍କ ପ୍ରତ୍ୟେକ ତତ୍ତ୍ଵାବଧାନରେ ସମସ୍ତ ରେଭେନ୍ୟୁ କଲୋନୀ ଝାଡୁ କରିବା ସହ ସଫା କରଯାଇଥିଲା l ଏହି ଅବସରରେ ମା ପାଇଁ ଗଛ ଟିଏ କାଯ୍ୟକ୍ରମ ରେ ବୃକ୍ଷ ରୋପଣ ମଧ୍ୟ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ତହସିଲଦାର ନାରାୟଣ ବେହେରା ପରିଚାଳନା କରିଥିବା ବେଳେ, ଡେପୁଟି କଲେକ୍ଟର ପାଣକୃଷ୍ଣ ପାଣିଗ୍ରାହି, ପୌରପରିଷଦ ନିର୍ବାହୀ ଅଧିକାରୀ ଗୌର ଚନ୍ଦ୍ର ପଟ୍ଟନାୟକ,ଅତିରିକ୍ତ ତହସିଲଦାର ବି.ଆଲିୟା ରେଡ୍ଡୀ ଓ ବନବିଭାଗ କର୍ମଚାରୀ, ମୁନିସିପାଲିଟିର ସ୍ଵଚ୍ଛ ସାଥୀ ଓ ସଫେଇ କର୍ମଚାରୀ ପ୍ରମୁଖ ସହଯୋଗ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ