ଲିଟିଲ୍ ଷ୍ଟେପ୍ସ ପ୍ଲେ ସ୍କୁଲ୍ର ଅଭିଭାବଙ୍କ ବନ୍ଧୁମିଳନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ନୟାପଲ୍ଲୀ ବ୍ରିଟ୍ କଲୋନୀସ୍ଥିତ ଲିଟିଲ୍ ଷ୍ଟେପ୍ସ ପ୍ଲେ ସ୍କୁଲ୍ରେ ଅଭିଭାବକମାନଙ୍କର ଏକ ବନ୍ଧୁମଳିନ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପିଲାମାନଙ୍କର ଦ୍ୱାରା ବିଭିନ୍ନ ଫଳରେ ସାଜସଜ୍ଜା ଏବଂ ମ୍ୟୁଜିକ ଚେୟାର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବକୁ ସମାଜସେବୀ ଉପସନା ରାଓ ଉଦ୍ଘାଟନ କରି ସମସ୍ତଙ୍କର ମଙ୍ଗଳ କାମନା କରିବା ସହ ପିଲାମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିôଲେ । ବିଚାରକ ଭାବେ ମାଷ୍ଟର ଜ୍ୟୋତିରଞ୍ଜନ ଓ ମ୍ୟାଡ଼ମ ରମାଭୂବନ ଯୋଗ ଦେଇଥିଲେ । କୃତୀ ପ୍ରତିଯୋଗୀମାନଙ୍କୁ ଆସନ୍ତା ଜାନୁୟାରୀ ୨୫ ତାରିଖରେ ହେବାକୁ ଥିବା ଅନୁଷ୍ଠାନର ବାର୍ଷିକ ଉତ୍ସବରେ ପୁରସ୍କୃତ କରାଯିବା ପାଇଁ ଘୋଷାଣା କରିଥିଲେ । ସ୍ନିଗ୍ଧା ମ୍ୟାଡ଼ମ, ମିଲି ମ୍ୟାଡ଼ମ, ଶ୍ରଦ୍ଧା ମ୍ୟାଡ଼ମ, କବିତା ମ୍ୟାଡ଼ମ, ଅନୁ ଓ ଭାରତୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଶେଷରେ ସ୍କୁଲ୍ର ଅଧ୍ୟକ୍ଷ ବିପିନ ବିହାରୀ ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ ।