ଜାଗୁଆର ଲ୍ୟାଣ୍ଡ ରୋଭର ପକ୍ଷରୁ ଲ୍ୟାଣ୍ଡ ରୋଭର ଥର୍ ଏକ୍ସପେରିଏନ୍ସ
ଜାଗୁଆର ଲ୍ୟାଣ୍ଡ ରୋଭର ଇଣ୍ଡିଆ ପକ୍ଷରୁ ଏହାର ପ୍ରଶଂସକ ଏବଂ ଗ୍ରାହକମାନଙ୍କ ପାଇଁ ଲ୍ୟାଣ୍ଡ୍ ରୋଭର ଥର୍ ଏକ୍ସପେରିଏନ୍ସ ସମ୍ପନ୍ନ ହୋଇଛିି । ଏହି ଯୋଜନା ଅନ୍ତର୍ଗତ ୨୦୧୯ ଫେବୃୟାରୀ ରେ ଦିବ୍ରୁଗଡ଼ ଠାରୁ ଗୌହ୍ୱାଟି ପର୍ଯ୍ୟନ୍ତ ବ୍ରହ୍ମପୁତ୍ର ଏକ୍ସପେରିଏନ୍ସ ହୋଇଥିବାବେଳେ ନାଗପୁରଠାରୁ କାହ୍ନା ଏବଂ ନାଗପୁର ଜଙ୍ଗଲ ଏକ୍ସପେରିଏନ୍ସ ତଥା ଶିମଲା ଠାରୁ ଲେହ ପର୍ଯ୍ୟନ୍ତ ହିମାଲୟାନ୍ ଏକ୍ସପେରିଏନ୍ସ୍ ସମ୍ପନ୍ନ ହୋଇଥିଲା । ଏସବୁ ଯାତ୍ରା ବେଶ୍ ଲୋକପ୍ରିୟ ହୋଇପାରିଥିଲା ।ଲ୍ୟାଣ୍ଡ୍ ରୋଭର ଥର୍ ଏକ୍ସପେରିଏନ୍ସ ଡିସେମ୍ବର ୧୪ରେ ଜୟପୁରଠାରୁ ଆରମ୍ଭ ହୋଇ ଡିସେମ୍ବର ୧୯ରେ ଉଦୟପୁର ଠାରେ ଶେଷ ହୋଇଛି । ଏହି ୫ ରାତି ୬ ଦିନ ଯାତ୍ରାରେ ଗ୍ରାହକମାନେ ଜୋହରି ବଜାର, ହାୱାମହଲ, ସମ୍ବର ସଲ୍ଟ ଲେକ୍ ଆଦି ଦେଖିବାର ସୁଯୋଗ ଲାଭ କରିଛନ୍ତି । ଏହା ସହିତ ଇନଲ୍ୟାଣ୍ଡ୍ ସଲ୍ଟ୍ ଲେକ୍, ତାଲ ଚପର ଅଭୟାରଣ୍ୟ, ଇଣ୍ଡିଆନ୍ ଗେଜେଲ୍, ବିକନାର୍, ଲାଲଗଡ଼ ପ୍ୟାଲେସ୍, ବର୍ଡର ରୋଡ୍, ଇନ୍ଦିରା ଗାନ୍ଧୀ କେନାଲ, ସ୍ୟାଣ୍ଡ୍ ଡ୍ୟୁନ୍, ସୂର୍ଯ୍ୟଗଡ଼,ଜୟସେଲମର, ସାମ୍ ଡ୍ୟୁନ୍, ଖିମସାର୍, ପୋଖରନ୍, ଖିଜନ ପକ୍ଷୀ ଅଭୟାରଣ୍ୟ, ଖିସାର୍ ଦୁର୍ଗ ଆଦି ୧୩୦୦ରୁ ଅଧିକ କିମି ଯାତ୍ରା କରି ଉଦୟପୁର ର ଡେଜର୍ଟ ସଫାରୀ ସହିତ ଲକ୍ଷ୍ମୀ ବିଳାସ ପ୍ୟାଲେସ୍ରେ ରହିବାର ଅବସର ପାଇଥିଲେ । ଜାନୁୟାରୀ ଫେବୃୟାରୀରେ ଲ୍ୟାଣ୍ଡ୍ ରୋଭର ପକ୍ଷରୁ ସୁଇଡେନ୍ର ଅରଜେପ୍ଲଗ୍ ଠାରେ ଆଇସ୍ ଡ୍ରାଇଭ୍ ଏକ୍ସପେରିଏନ୍ସ ସମ୍ପନ୍ନ ହେବ ।