ଶିଶିର ବିଶ୍ୱାଳ ଓ ଗୋକୁଳ ବିହାରୀ ପୃଷ୍ଟିଙ୍କୁ ରାଜ୍ୟସ୍ତରୀୟ ଶ୍ରୀନିବାସ ଖଣ୍ଡାୟୀ ସ୍ମୃତି ସମ୍ମାନ

ହାଟଡିହି, (ବିକାଶ ବିଶ୍ୱାଳ):ଶିଶିର ବିଶ୍ୱାଳ ଓ ଗୋକୁଳାନନ୍ଦ ପୃଷ୍ଟିଙ୍କୁ ରାଜ୍ୟସ୍ତରୀୟ ଶ୍ରୀନିବାସ ଖଣ୍ଡାୟୀ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଛି। ଯାଜପୁର ଜିଲ୍ଲା ଟୋଲକାନୀର ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷକ ତଥା କ୍ଷାତନାମା କବି ଓ ସାହିତ୍ୟିକ ଗୋକୁଳ ବିହାରୀ ପୃଷ୍ଟିଙ୍କୁ ସାହିତ୍ୟ କ୍ଷେତ୍ରରେ ଉଲେଖନୀୟ ଅବଦାନ ପାଇଁ ରାଜ୍ୟ ସ୍ତରୀୟ ‘ଶ୍ରୀନିବାସ ଖଣ୍ଡାୟୀ ସାହିତ୍ୟ ସ୍ମୃତି ସମ୍ମାନ’ ୨୦୨୪ ଅର୍ପଣ କରାଯାଇଛି। ଶ୍ରୀଯୁକ୍ତ ପୃଷ୍ଟି ଜଣେ ସଫଳ ସାହିତ୍ୟିକ ୧୮ଖଣ୍ଡ ପୁସ୍ତକ ସମେତ ରାଧାକୃଷ୍ଣ ସାହିତ୍ୟ ସଂସ୍କୃତି ସଂସଦର ପ୍ରତିଷ୍ଠାତା ସମ୍ପାଦକ ଭାବେ କାର୍ଯ୍ୟରତ ଅଛନ୍ତି। ଅନୁରୂପ ଭାବେ କେନ୍ଦୁଝର ଜିଲ୍ଲାର ଦକ୍ଷ ତଥା ଆଦର୍ଶ ଶିକ୍ଷକ ଶିଶିର କୁମାର ବିଶ୍ଵାଳଙ୍କୁ ଶିକ୍ଷାକ୍ଷେତ୍ରରେ ଉଲେଖନୀୟ ଅବଦାନ ପାଇଁ ତାଙ୍କୁ ରାଜ୍ୟସ୍ତରୀୟ ‘ଶ୍ରୀନିବାସ ଖଣ୍ଡେଇ ଶିକ୍ଷାସ୍କୃତି ସମ୍ମାନ’ ଅର୍ପଣ କରାଯାଇଛି, ଗଣଶିକ୍ଷାର ପୃଷ୍ଠଭୂମିରେ ଶ୍ରୀଯୁକ୍ତ ବିଶ୍ଵାଳଙ୍କ ସ୍ଵର ଓ ସ୍ୱାକ୍ଷର ଖୁବଷ୍ପଷ୍ଟ | ସେ ଜଣେ ଛାତ୍ରବସୂଳ ଓ କର୍ମ ପ୍ରବଣ ଶିକ୍ଷକ ଭାବରେ ବିଦ୍ୟାଳୟର ଗରିମାକୁ ବହୁଗୁଣିତ କରିଛନ୍ତି। ପଞ୍ଚାୟତ ହାଇସ୍କୁଲ ଶାସଙ୍ଗ ଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ ମୂଖ୍ୟ ଅତିଥି ଜେଏନୟୁର ଦିଲ୍ଲୀର଼ ଶାରଳା ଦାସ ଚେୟାରର ପ୍ରଫେସର ଡ.ଉଦୟନାଥ ସାହୁ ଓ ମୁଖ୍ୟବକ୍ତା ଭାବେ ବି.ଜେ.ବି. ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ଡ଼ ପ୍ରେମାନନ୍ଦ ମହାପାତ୍ର ପ୍ରମୁଖ ଯୋଗଦେଇ ଉଭୟ ପ୍ରତିଭାଧରଙ୍କୁ ସ୍ମୃତି ଫଳକ ଓ ଉତ୍ତରୀୟ ଅର୍ପଣ କରି ସମ୍ବର୍ଦ୍ଧିତ କରିଥିଲେ। ଶ୍ରୀନିବାସ ଖଣ୍ଡାୟୀଙ୍କ ଭାଇ ପ୍ରଶାନ୍ତ ଖଣ୍ଡାୟୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ