ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରାପ୍ତ ସିଆରସିସି ଙ୍କୁ ବିଦାୟ ସମ୍ବର୍ଦ୍ଧନା

ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା ବ୍ଳକ କଳାମେରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରାପ୍ତ ସିଆରସିସି ଜିତେନ୍ଦ୍ର ପ୍ରଧାନ ଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି l ମଙ୍ଗଳବାର ବିଦ୍ୟାଳୟ ପରିସରରେ ଆୟୋଜିତ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ରେ ଶିକୁଳିପଦର କ୍ଲଷ୍ଟର ସିଆରସିସି ଜିତେନ୍ଦ୍ର ପ୍ରଧାନ ଙ୍କୁ ବିଦାୟ ଦିଆଯାଇଥିବା ବେଳେ ନୂତନ ସିଆରସିସି ଜିତୁନ ବେହେରା ଙ୍କୁ ସ୍ୱାଗତ କରାଯାଇଛି l ବିଦାୟୀ ସିଆରସିସି ଉତ୍ତମ କାର୍ଯ୍ୟ ପାଇଁ ଚଳିତ ବର୍ଷ ମୁଖ୍ୟମନ୍ତ୍ରୀ ପୁରସ୍କାର ପାଇଥିବା ବେଳେ ମହାକୂପା ବିଦ୍ୟାଳୟ କୁ ଶ୍ରେଷ୍ଠ ବିଦ୍ୟାଳୟ ପୁରସ୍କାର ମିଳିଥିଲା l କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ବ୍ଳକ ଅଧ୍ୟକ୍ଷ ରଞ୍ଜିବ ଶବର ଯୋଗଦେଇଥିଲେ l ମୁଖ୍ୟବକ୍ତା ଭାବେ ବ୍ଳକ ଶିକ୍ଷାଧିକାରୀ ନରେନ୍ଦ୍ର ବେହେରା, ସମ୍ମାନିତ ଅତିଥି ଭାବେ ଶିକୁଳିପଦର ପଞ୍ଚାୟତ ସତ୍ୟ ନାରାୟଣ ଦଣ୍ଡସେନା, କଳାମେରୀ ପ୍ରଧାନ ଶିକ୍ଷକ ନାରାୟଣ ମଲିକ , ବିଆରସିସି ସୁମନ୍ତ ପ୍ରଧାନ, ସାମ୍ବାଦିକ ବାବୁଲା ସେଠୀ ଓ ଅଂଶୁମାନ ପଣ୍ଡା ପ୍ରମୁଖ ଯୋଗଦେଇଥିଲେ l ବିଭିନ୍ନ ପ୍ରତିଯୋଗିତା ରେ କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଛି l କାର୍ଯ୍ୟକ୍ରମ କୁ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ପରିଚାଳନା କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ