‘ବିଦ୍ୟାଭାରତୀ ପୁସ୍ତକ ସପ୍ତାହ:୨୦୨୪’ ଉଦଯାପିତ
ବାଲେଶ୍ୱର, (ସରୋଜ ପଣ୍ଡା):ପୁସ୍ତକ ଓ ସାହିତ୍ୟ ସଂପର୍କରେ ଚର୍ଚ୍ଚା ହେଉଥିବା ସ୍ଥାନ ସ୍ବର୍ଗ ବା ବୈକୁଣ୍ଠ ଠାରୁ କିଛି କମ୍ ନୁହେଁ । ବହି ମଣିଷର ସବୁଠୁ ବଡ଼ ବନ୍ଧୁ ଏବଂ ବହି ଓ ସାହିତ୍ୟ ସହ ବନ୍ଧୁତାରେ କୌଣସି ଛଳନା ନଥାଏ । ଯେଉଁ ଦେଶରେ ବହିର ଯେତେ ବେଶି ଆଦର ଥାଏ, ସେ ଦେଶ ସବୁ ଦୃଷ୍ଟିରୁ ଅଗ୍ରଣୀ ଓ ସମୃଦ୍ଧ ହୋଇଥାଏ । ଯେଉଁ ଦେଶରେ ପାଠାଗାରର ସଂଖ୍ୟା ଅଧିକ, ସେ ଦେଶରେ ନୋବେଲ୍ ବିଜେତାଙ୍କ ସଂଖ୍ୟା ଅଧିକ ବୋଲି ‘ବିଦ୍ୟାଭାରତୀ ପୁସ୍ତକ ସପ୍ତାହ:୨୦୨୪’ର ଉଦଯାପନ ଉତ୍ସବ ଅବସରରେ ଅନୁଷ୍ଠିତ ସଭାରେ ଅତିଥି ବକ୍ତାଗଣ ମତବ୍ୟକ୍ତ କରିଛନ୍ତି । ବାଲେଶ୍ବର ଆଜିମାବାଦସ୍ଥିତ ‘ବହିଘର’ ଲାଇବ୍ରେରୀ ଠାରେ କବି ଅଭୟ ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସଭାକୁ ପ୍ରଦୀପ ପ୍ରଜ୍ଜ୍ବଳନ କରି ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ ବାଲେଶ୍ବର ସଦର ବିଧାୟକ ମାନସ ଦତ୍ତ । ବରେଣ୍ୟା ଅତିଥି ଭାବରେ ବସ୍ତା ବିଧାୟିକା ତଥା ‘ରେବତୀ’ର ସଂପାଦିକା ସୁବାସିନୀ ଜେନା ଏଥିରେ ଯୋଗଦେଇଥିଲେ । ମୁଖ୍ୟବକ୍ତା ଭାବରେ ଏଥିରେ ଯୋଗଦାନ କରିଥିଲେ ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଇଂରାଜୀ ବିଭାଗ ମୁଖ୍ୟ ଡକ୍ଟର ବିଜୟ ଦେ, ସମ୍ମାନିତ ବକ୍ତା ଭାବରେ ଜାତୀୟ ଶିଶୁସାହିତ୍ୟ ପରିଷଦର ପ୍ରାକ୍ତନ ନିର୍ଦ୍ଦେଶକ କବି ମାନସ ମହାପାତ୍ର, ଡକ୍ଟର ରାଧାରଞ୍ଜନ ପଟ୍ଟନାୟକ, ଡକ୍ଟର କାଳୀପଦ ପଣ୍ଡା, ସାହିତ୍ୟିକ ନୃସିଂହ ଚରଣ ସ, ସମାଜସେବୀ ପ୍ରସନ୍ନ ପାତ୍ର,ଡାକ୍ତର ଅଶ୍ବିନୀ ଶତପଥୀ ପ୍ରମୁଖ ଯୋଗ ଦେଇଥିଲେ । ‘ବହିଘର’ ଓ ‘ବିଦ୍ୟାଭାରତୀ’ ଦ୍ବାରା ପ୍ରକାଶିତ ପୁସ୍ତକଗୁଡିକର କୃତବିଦ୍ୟ ଲେଖକଲେଖିକା ନୃସିଂହ ଚରଣ ନାୟକ, ନୃସିଂହ ଚରଣ ସ, ରମେଶ ଚନ୍ଦ୍ର ଦାଶ, ଅଶ୍ବିନୀ ଶତପଥି, ଡକ୍ଟର ରତିକାନ୍ତ ବେହେରା, ଗାଳ୍ପିକ ଉଦୟ ନାରାୟଣ ଦାସ, ଡକ୍ଟର ରାଧାରଞ୍ଜନ ପଟ୍ଟନାୟକ, ଗୀତାଞ୍ଜଳି ଶତପଥୀ ପମୁଖଙ୍କୁ ଉତ୍ତରୀୟ ଓ ଫୁଲଚାରା ଦେଇ ସମ୍ବର୍ଦ୍ଧିତ କରିଥିଲେ ମୁଖ୍ୟ ଓ ବରେଣ୍ୟ ଅତିଥି ମାନସ ଦତ୍ତ ଓ ସୁବାସିନୀ ଜେନା । ପ୍ରାରମ୍ଭରେ ସତ୍ୟଭାମା ମୁଦୁଲି ମଞ୍ଚ ଆହ୍ବାନ କରିଥିଲେ ଓ ଧନ୍ୟବାଦ ଅର୍ପଣ କରିଥିଲେ ‘ବହିଘର’ର ନିର୍ଦ୍ଦେଶିକା ମଞ୍ଜୁଲତା ବଳ । ଏହି ସଭାରେ ଭକ୍ତି ସଂଗୀତ ଗାନ କରିଥିଲେ ସୁରଥ ପଣ୍ଡା ଓ ଶର୍ମିଲା ମିଶ୍ର । ସାତଦିନର କାର୍ଯ୍ୟକ୍ରମରେ ସହଯୋଗ କରିଥିବା ଯୋଗୁଁ ଗୁରୁଦତ୍ତ ମିଶ୍ର,ଶର୍ମିଲା ମିଶ୍ର, ପ୍ରଣିତା ମିଶ୍ର, ବିଦ୍ୟାଧର ନାୟକ, ବିଜୟ ଦାସ ଅଧିକାରୀ, ଦେବାଶିଷ ପଣ୍ଡା, ଦିଲ୍ଲୀପ ପଣ୍ଡା, ଦିଲ୍ଲୀପ ଦାସ, ଦେବାଶିଷ ସିଂ, ତୃପ୍ତିରାଣୀ ପାତ୍ର, କୃଷ୍ଣା ପ୍ରଧାନ ,ପ୍ରଶାନ୍ତ ଦାସ, ଶୁଚିସ୍ମିତା କର ପ୍ରମୁଖଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।


