ପୁଲିସ ଆମ ସମିତି ବୈଠକ, ମହିଳାଙ୍କ ସୁରକ୍ଷା ନେଇ ଆଲୋଚ଼ନା
ହାଟଡିହି, (ବିକାଶ ବିଶ୍ୱାଳ):ନନ୍ଦିପଦା ଥାନାର ପୁଲିସ ଆମ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଥାନା ଆଇ.ଆଇ.ସି ରବିନ୍ଦ୍ର କୁମାର ପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ ମହିଳାଙ୍କ ସୁରକ୍ଷା ନେଇ ଆଲୋଚ଼ନା କରାଯାଇ ଥିଲା। ବିଭିନ୍ନ ସମସ୍ୟା ନେଇଥାନାକୁ ଆସୁଥିବା ବ୍ୟକ୍ତିବିଶେଷ, ମହିଳା ଓ ବରିଷ୍ଠ ନାଗରିକ ମାନଙ୍କୁ ଉପଯୁକ୍ତ ସମ୍ମାନ ଓ ସୁରକ୍ଷା ଦେବା ସହିତ ଥାନା ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ରକ୍ଷା ଦିଗରେ ଆଲୋଚ଼ନା ହୋଇଥିଲା। ଆଗାମୀ ଶାରଦୀୟ ଦୁର୍ଗାପୂଜା ଅବସରରେ ବିଭିନ୍ନ ପୂଜା ମଣ୍ଡପ ଓ ଛକ ବଜାର ମାନଙ୍କରେ ଶାନ୍ତିଶୃଙ୍ଖଳା ଦିଗରେ ଆଲୋଚନା ହୋଇଥିଲା। ଏହି ବୈଠକରେ ଆମ ପୁଲିସ ସଦସ୍ୟ ସୁଧାଂଶୁ ଦକ୍ଷିଣରାୟ, କିଶୋର ଆଚାର୍ଯ୍ୟ, କୃଷ୍ଣଚ଼ନ୍ଦ୍ର ଜେନା, ବିରେନ୍ଦ୍ର କୁମାର ବିଶ୍ୱାଳ, ଧୁଶାସନ ସାହୁ, ପ୍ରମୋଦ ନାୟକ, ମନ ମୋହନ ବେହେରା, ବାଳକୃଷ୍ଣ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଥାନା ଅଞ୍ଚଳରେ ଉପୁଜୁଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା


