ସୀମାନ୍ତ ମହାବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ ପାଳିତ
ବାରିପଦା,(ମୁରାରୀ ମୋହନ ମହାପାତ୍ର):ସ୍ଥାନୀୟ ଝାରପୋଖରିଆସ୍ଥିତ ସୀମାନ୍ତ ମହାବିଦ୍ୟାଳୟ +୨ ଓ +୩ ଜାତୀୟ ସେବାଯୋଜନା ଓ ସମର ଶିକ୍ଷାର୍ଥୀ ବାହିନୀ ଶାଖା ଆନୁକୂଲ୍ୟରେ ଗାନ୍ଧିଜୟନ୍ତି ପାଳିତ ହୋଇ ଯାଇଛି।ଜାତୀୟ ସେବାଯୋଜନା ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ପ୍ରଦ୍ୟୁମ୍ନ ବସା, ଅଧ୍ୟାପିକା ଧରିତ୍ରୀ ବେହେରା ଉକ୍ତ ଉତ୍ସବରେ ଅତିଥିଭାବେ ଯୋଗଦେଇଥିଲେ। +୨ କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀଯୁକ୍ତ ଶିଶିର କୁମାର ପଟ୍ଟନାୟକ, +୩ ପୁରୁଷ ବିଭାଗର ଅଧ୍ୟାପକ ଶରତ କୁମାର ପଢ଼ିଆରୀ, ମହିଳା ବିଭାଗର ଅଧ୍ୟାପିକା ଆରତୀ ହୋ ଓ ସମର ଶିକ୍ଷାର୍ଥୀ ବାହିନୀର ଲେଫ୍ଟନାଣ୍ଟ ନିହାର ରଞ୍ଜନ ମହାନ୍ତଙ୍କ ନେତୃତ୍ୱରେ ସ୍ବେଚ୍ଛାସେବୀ ମାନେ ପ୍ରଥମେ ମହାବିଦ୍ୟାଳୟ ସମ୍ମୁଖରେ ଥିବା ଗାନ୍ଧୀ ମହାତ୍ମାଙ୍କ ପ୍ରତିମୂର୍ତ୍ତି , ସୁବାଷ ବୋଷଙ୍କ ପ୍ରତିମୂର୍ତ୍ତି ଓ ଗାନ୍ଧୀଙ୍କ ତୈଳ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଏକସଦଭାବନା ଶୋଭାଯାତ୍ରାରେ ବାହାରିଥିଲେ।+୩ ସ୍ବେଚ୍ଛାସେବୀ ମାନେ ସେମାନଙ୍କ ପୋଷ୍ୟଗ୍ରାମ ଅର୍ଜୁନଡିହା ରେ ବୃକ୍ଷ ରୋପଣ ଓ ସଫେଇ କାର୍ଯ୍ୟ କରିଥିଲା ବେଳେ +୨ ପିଲାମାନେ କଲେଜ ପରିସରରେ ଲଗା ଯାଇଥିବା ବୃକ୍ଷ ଗୁଡିକୁ ରକ୍ଷଣା ବେକ୍ଷଣ ଓ ମହାବିଦ୍ୟାଳୟ ପରିସରକୁ ସଫେଇ କରିବା ସହିତ ସର୍ବସାଧାରଣ ରାସ୍ତା ପାର୍ଶ୍ଵ ଉପ କୋଷାଗାର ଅଫିସ ସାମ୍ନା ସଫା କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ତିନିଗୋଟି ଶାଖାରୁ ୩୦୦ ରୁ ଉର୍ଦ୍ଧ୍ବ ସ୍ବେଛାସେବୀ ଭାଗ ନେଇଥିଲେ।