ନିପୁଣ ଓଡ଼ିଶା ମିଶନ ୨୦୨୪ର ଜିଲ୍ଲାସ୍ତରୀୟ ଶୁଭ ଉନ୍ମୋଚନ

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ଜିଲ୍ଲା ପ୍ରଶାସନ ଓ ସମଗ୍ର ଶିକ୍ଷା ବିଭାଗ ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷଠାରେ ଆଜି ନିପୁଣ ଓଡ଼ିଶା ମିଶନ ୨୦୨୪ କାର୍ଯ୍ୟକ୍ରମର ଜିଲ୍ଲାସ୍ତରୀୟ ଶୁଭ ଉନ୍ମୋଚନ ହୋଇଯାଇଛି। ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟବଂଶୀ ମୟୂର ବିକାଶ, ଶାସକ ଦଳର ଉପମୁଖ୍ୟ ସଚେତକ ତଥା ମାନ୍ୟବର ବିଧାୟକ, ରେମୁଣା ଶ୍ରୀ ଗୋବିନ୍ଦ ଚନ୍ଦ୍ର ଦାସ, ମାନ୍ୟବର ବାଲେଶ୍ୱର ସାଂସଦଙ୍କ ପ୍ରତିନିଧି ଶ୍ରୀ ଉମାକାନ୍ତ ମହାପାତ୍ର, ମାନ୍ୟବର ବିଧାୟକ, ସିମୁଳିଆ ଶ୍ରୀ ପଦ୍ମଲୋଚନ ପଣ୍ଡା, ମାନ୍ୟବର ବିଧାୟକ ଜଳେଶ୍ୱର ଶ୍ରୀ ଅଶ୍ୱିନୀ ପାତ୍ର , ମାନ୍ୟବର ବିଧାୟକ, ବାଲେଶ୍ଵର ସଦର ଶ୍ରୀ ମାନସ କୁମାର ଦତ୍ତ, ମାନ୍ୟବର ବିଧାୟକ, ନୀଳଗିରି ଶ୍ରୀ ସନ୍ତୋଷ ଖଟୁଆ, ମାନ୍ୟବର ବିଧାୟିକା ବସ୍ତା ଶ୍ରୀମତୀ ସୁବାସିନୀ ଜେନା, ମାନ୍ୟବର ବିଧାୟକ ସୋର ଶ୍ରୀ ମାଧବ ଧଡ଼ା, ମାନ୍ୟବର ବିଧାୟକ ଭୋଗରାଇ ଶ୍ରୀ ଗୌତମବୁଦ୍ଧ ଦାସ, ଜିଲ୍ଲା ପରିଷଦର ଅଧ୍ୟକ୍ଷ ଶ୍ରୀ ନାରାୟଣ ପ୍ରଧାନ ଓ ଜିଲ୍ଲାପରିଷଦର ମାନ୍ୟବର ଉପାଧ୍ୟକ୍ଷା ଶ୍ରୀମତୀ ଅନଶୁୟା ପ୍ରଧାନଙ୍କ ସମେତ ମାନ୍ୟବର ଜିଲ୍ଲା ପରିଷଦର ସମସ୍ତ ଉପସଭାପତି, ସଦସ୍ୟା/ସଦସ୍ୟା, ପଞ୍ଚାୟତ ସମିତିର ଅଧ୍ୟକ୍ଷ/ଅଧ୍ୟକ୍ଷା ଓ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ I ଏହି କାର୍ଯ୍ୟକ୍ରମରେ ନିପୁଣ ଓଡ଼ିଶା ମିଶନ ୨୦୨୪ର ଲୋଗୋ, ଲିଫଲେଟ ଓ ସଙ୍ଗୀତର ଶୁଭ ଉନ୍ମୋଚନ କରାଯାଇଥିଲା। ପ୍ରାଥମିକ ଶିକ୍ଷାକୁ ଅଗ୍ରାଧିକାର ଦେଇ ବିଦ୍ୟାଳୟମାନଙ୍କରେ ବିଭିନ୍ନ ସୃଜନାତ୍ମକ ଶିକ୍ଷଣ ଶୈଳୀ ଦ୍ଵାରା ଶିକ୍ଷାଦାନ କରିବାକୁ ଅଗ୍ରାଧିକାର ଦିଆଯିବା ସହିତ ବିଦ୍ୟାଳୟର ଭିତ୍ତିଭୂମି ଉନ୍ନତିକରଣ, ଶିକ୍ଷକ ନିଯୁକ୍ତି ତଥା ନୂତନ କୌଶଳ ରେ ଶିକ୍ଷାଦାନ ଆଦିକୁ ଗୁରୁତ୍ଵ ଦିଆଯିବ ବୋଲି ମତପ୍ରକାଶ ହୋଇଥିଲା I ଏଠାରେ ପ୍ରକାଶ ଥାଉ କି, ରାଜ୍ୟ ସରକାର ଉକ୍ତ କାର୍ଯ୍ୟକ୍ରମକୁ ସେପ୍ଟେମ୍ବର ୫, ୨୦୨୪ ପବିତ୍ର ଗୁରୁଦିବସ ଦିନ ରାଜ୍ୟସ୍ତରରେ ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମ ଦ୍ୱାରା ପିଲାଙ୍କର ମୌଳିକ ସାକ୍ଷରତା, ଭାଷାଜ୍ଞାନ ଓ ସଂଖ୍ୟାଜ୍ଞାନ ପରିପ୍ରକାଶ ପାଇବ। ସେମାନେ ଯୋଗ, ବିୟୋଗ, ଗୁଣନ ଓ ହରଣ ଠିକ ଭାବେ କରିପାରିବେ। ପ୍ରାଥମିକ ସ୍ତରରେ ଛାତ୍ର ଛାତ୍ରୀମାନଙ୍କ ମୂଳଦୁଆ ସୁଦୃଢ଼ ହେଲେ ସେମାନଙ୍କ ମଧ୍ୟରେ ସାକ୍ଷରତା, ଭାଷା ଓ ଗଣିତ କ୍ଷେତ୍ରରେ ସର୍ବନିମ୍ନ ଦକ୍ଷତା ଗୁଡ଼ିକ ସୁନିଶ୍ଚିତ ହେବା ସହିତ ସେମାନଙ୍କର ଚିନ୍ତନ, ସମସ୍ୟା ସମାଧାନ ନିର୍ଣ୍ଣୟ କରିବାର କୌଶଳ ଓ ଦକ୍ଷତା ବୃଦ୍ଧି ପାଇବାରେ ସହାୟକ ହୋଇପାରିବ I ଏହି କାର୍ଯ୍ୟକ୍ରମ ବ୍ଲକ, ସ୍କୁଲ ଓ କ୍ଲଷ୍ଟରସ୍ତରରେ ମଧ୍ୟ ଉନ୍ମୋଚନ କରାଯିବ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ