ସର୍ବଭାରତୀୟ ଜାତୀୟ ଧର୍ମଘଟରେ ରାଜ୍ୟ ସରକାରୀ କର୍ମଚାରୀ ସାମିଲ ହେବେ

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍‌): କେନ୍ଦ୍ର ସରକାରଙ୍କ ଶ୍ରମିକ କର୍ମଚାରୀ ଶିକ୍ଷକ ମାରଣନୀତିକୁ ବିରୋଧ କରି ଓଡ଼ିଶା ରାଜ୍ୟ ସରକାରୀ କର୍ମଚାରୀ ସମନ୍ୱୟ ସମିତି ପକ୍ଷରୁ ସଭାପତି ଲିଙ୍ଗରାଜ ମହାନ୍ତି, କାର୍ଯ୍ୟକାରୀ ସଭାପତି ସୁଦର୍ଶନ ପ୍ରଧାନ, ସାଧାରଣ ସମ୍ପାଦକ ନରୋତ୍ତମ ପାର୍ଥସାରଥୀ, ବରିଷ୍ଠ ଉପସଭାପତି ପ୍ରଶାନ୍ତ କୁମାର ମହାନ୍ତି, ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ନାୟକ ଓ କାର୍ଯ୍ୟାଳୟ ସମ୍ପାଦକ କାହ୍ନୁଚରଣ ମଲ୍ଲିକ ଧର୍ମଘଟକୁ ସମର୍ଥନ କରିବା ପାଇଁ ଏକ ପ୍ରେସ୍ ବିବୃତ୍ତିରେ ପ୍ରକାଶ କରିଛନ୍ତି ।ଓଡ଼ିଶା ରାଜ୍ୟ ସରକାରୀ କର୍ମଚାରୀ ସମନ୍ୱୟ ସମିତି, ଅଖିଳ ଭାରତ ରାଜ୍ୟ ସରକାରୀ କର୍ମଚାରୀ ମହାସଂଘର ଏକ ସହବନ୍ଧିତ ସଂଗଠନ । ମହାସଂଘର ଆହ୍ୱାନକ୍ରମେ ଜାନୁୟାରୀ ୮ ତାରିଖ ନିମ୍ନୋକ୍ତ ୧୦ ଦଫା ଦାବି ଉପରେ ହେଉଥିବା ମିଳିତ ସର୍ବଭାରତୀୟ ଧର୍ମଘଟରେ ସାମିଲ୍ ହେବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛି ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଖାଲି ପଡ଼ିଥିବା ସ୍ଥାନରେ ସ୍ଥାୟୀ ନିଯୁକ୍ତି, ସଚିବାଳୟ ଭଳି ରାଜ୍ୟର ସମସ୍ତ ନିଯୁକ୍ତିକୁ ସ୍ଥାୟୀ ଭାବରେ ପ୍ରଦାନ, ବର୍ଦ୍ଧିତ ଦରମାର ଗଚ୍ଛିତ ଅବଶିଷ୍ଟ ୬୦% ଅର୍ଥ ତୁରନ୍ତ ପ୍ରଦାନ, ୨୦୧୬ ଜାନୁୟାରୀ ଠାରୁ କେନ୍ଦ୍ର ଅନୁରୂପ ସଂଶୋଧିତ ଘରଭଡ଼ା ଭତ୍ତା ପ୍ରଦାନ, ୨୦୧୯ ଜୁଲାଇରୁ କେନ୍ଦ୍ର ଅନୁରୂପ ୫% ମହଙ୍ଗା ଭତ୍ତା ମଞ୍ଜୁର କରିବା, ସ୍ୱଦେୟ ପେନ୍‌ସନ ବ୍ୟବସ୍ଥା ଅବିଳମ୍ବେ ବାତିଲ କରି ସ୍ଥିରୀକୃତ ପେନସନ ଦେବା, ଜିଲ୍ଲାସ୍ତରୀୟ ଅମଲାମାନଙ୍କ ସଂଶୋଧିତ ଶିକ୍ଷାଗତ ଯୋଗ୍ୟତା ଓ ପଦବୀ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଦରମା ସଂଶୋଧନ କରିବା, ସର୍ବନିମ୍ନ ଦରମା କେନ୍ଦ୍ର ଅନୁରୂୂପ ୧୮ହଜାର ଟଙ୍କା ସହ କ୍ୱାଲିଫାଇଙ୍ଗ ସର୍ଭିସ ୨୦ ବର୍ଷ କରିବା, କଣ୍ଟ୍ରାକଚୁଆଲ, ଏ.ଏନ୍‌.ଏମ୍‌, ଅସ୍ଥାୟୀ ଛଟେଇ ୱାର୍କଚାର୍ଜଡ଼ କର୍ମଚାରୀଙ୍କୁ ବିନା କଟକଣାରେ ସ୍ଥାୟୀ ନିଯୁକ୍ତି ପ୍ରଦାନ, ଆକାଶଛୁଆଁ ଦରବୃଦ୍ଧି ନିୟନ୍ତ୍ରଣ କରି ଗଣ ବଣ୍ଟନ ବ୍ୟବସ୍ଥାକୁ ସାର୍ବଜନୀନ କରିବା ଓ ଘରୋଇ କରଣ ବନ୍ଦ କରିବା ଉପରୋକ୍ତ ଦାବିଗୁଡ଼ିକ ଉପରେ ଡିସେମ୍ବର ୨୪ ରେ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଥିବା କର୍ମଚାରୀ ସମାବେଶରରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇ ସମାଧାନ କରାଯିବା ପାଇଁ ନିବେଦନ କରାଯାଇଥିଲା । ବାରମ୍ବାର ସଂଘ ତରଫରୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ସରକାରଙ୍କ ନୀରବତା ଲକ୍ଷ ଲକ୍ଷ କର୍ମଚାରୀଙ୍କୁ ବ୍ୟଥିତ କରିଛି ଓ କର୍ମଚାରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ରାଜ୍ୟ ସରକାରଙ୍କ ଏତାଦୃଶ ମନୋଭାବ ଓ କେନ୍ଦ୍ର ସରକାରଙ୍କ ଲଗାମହୀନ ଘରୋଇକରଣ ପ୍ରକ୍ରିୟା, ଆର୍ଥିକ ମାନ୍ଦାବସ୍ଥା ନିୟନ୍ତ୍ରଣ କରିବାରେ ହୋଇଥିବା ବିଫଳତା ବିରୁଦ୍ଧରେ ଦେଶର ସମସ୍ତ ଶ୍ରମିକ କର୍ମଚାରୀମାନଙ୍କ ପକ୍ଷରୁ ହେବାକୁ ଥିବା ଜାନୁୟାରୀ ୮ ତାରିଖ ୨୦୨୦ରେ ସାଧାରଣ ଧର୍ମଘଟକୁ ସମର୍ଥନ କରିବା ସହ ଏଥିରେ ସାମିଲ୍ ହେବା ନିମନ୍ତେ ଅଖି ଭାରତ ରାଜ୍ୟ ସରାକରୀ କର୍ମଚାରୀ ମହାସଂଘ ଆହ୍ୱାନ ଦେଇଥିବା ବିଷୟ ଓ ମହାରାଷ୍ଟ୍ରର ପୁନେରେ ଡ଼ିସେମ୍ବେର ୨୮ ରୁ ୩୦ ତାରିଖରେ ହେବାକୁ ଥିବା ଅଖିଳ ଭାରତ ରାଜ୍ୟ ସରକାରୀ କର୍ମଚାରୀ ମହାସଂଘ ଜାତୀୟ କର୍ଯ୍ୟକାରିଣୀ ବୈଠକରେ ଓଡ଼ିଶା ରାଜ୍ୟ ସରକାରୀ କର୍ମଚାରୀ ସମନ୍ୱୟ ୨୬ ଜଣ ପ୍ରତିନିଧି ମନୋନୀତ ହୋଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ