ଶେରଗଡ ଗ୍ରାମ ପଂଚାୟତ ୯ ଗ୍ରାମ ମଶାଣିରେ ଲାଗିଲା ସୋଲାର ଲାଇଟ

ଶେରଗଡ,(ବିଭୁ ପ୍ରସାଦ ଦାଶ):ଶେରଗଡ ଗ୍ରାମ ପଂଚାୟତ ଅଧିନରେ ୯ ଟି ଗ୍ରାମ ରହିଛି। ଉକ୍ତ ୯ଟି ଗ୍ରାମ ର ମଶାଣିରେ ଜିଲ୍ଲା ଗ୍ରାମ୍ଯ ଉନ୍ନୟନ ସଂସ୍ଥା ପକ୍ଷରୁ ସୋଲାର ଲାଇଟ ଯୋଗାଣ ହୋଇଥିଲା। ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜି ରବିକୁମାର, ସରପଂଚ ପ୍ରତିନିଧି ରୋହିତ ବେହେରା,ବାବୁ ପ୍ରଧାନ, ମହେଶ୍ବର ରାଉତ ପ୍ରମୁଖ ଙ୍କ ଉପସ୍ଥିତ ରେ ହରେକୃଷ୍ଣପୁର, ପାଟ ପଲ୍ଲୀ, ରାମଗିରି, ଶେରଗଡ, ନାରାୟଣ ପୁର, ରାମକୃଷ୍ଣ ପୁର, କୃପାସିନ୍ଧୁ ପୁର୍, କିର୍ତ୍ତୀ ପୁର ଗ୍ରାମର ମଶାଣିରେ ଏହି ସୋଲାର ଲାଇଟ ଲଗାଯାଇଛି। ଏହି ଲାଇଟ ଲଗାଇବା ପାଇଁ ବହୁବାର ଅଭିଯୋଗ ହୋଇ ଆସୁଥିଲା। ଏହାକୁ ପଂଚାୟତ ପକ୍ଷରୁ ଗୁରୁତର ଭାବେ ନିଆଯାଇ ଜିଲ୍ଲା ପ୍ରଶାସନ କୁ ଅବଗତ କରାଯାଇଥିଲା। ଆଜି ଏହି ସୋଲାର ଲାଇଟ ଲାଗିବା ପରେ ଗ୍ରାମବାସୀ ମାନେ ଖୁସିବ୍ଯକ୍ତ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ