ବିବାଦୀୟ ଅଧିକାରୀଣୀଙ୍କୁ ୩ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ! କୋଦଳା ତହସିଲଦାରଙ୍କୁ ନେଇ ବଢୁଛି ବିବାଦ
କୋଦଳା,(ବାପୁନି କୁମାର ମାଲୁ): ଗଞ୍ଜାମ ଜିଲ୍ଲା କୋଦଳା ତହସିଲଦାର ଶସ୍ମିତା ଶତପଥୀଙ୍କୁ ନେଇ ବଢୁଛି ବିବାଦ। ଜନପ୍ରତିନିଧି ମାନଙ୍କୁ ଉତ୍ତମ ବ୍ଯବହାର ଦେଖାଉନଥିବା ନେଇ ପୂର୍ବରୁ ଏକାଧିକ ଥର ଅଭିଯୋଗ ହେବା ପରେ ଚର୍ଚ୍ଚାରେ ଥିଲେ ମ୍ଯାଡମ୍ ଶତପଥୀ। ଫସଲ ହାନିର ରିପୋର୍ଟ ଦେଇ ନଥିବାରୁ ଅଞ୍ଚଳରେ କ୍ଷତିଗ୍ରସ୍ତ ଚାଷୀ ସରକାରୀ ସହାୟତା ପାଇ ପାରି ନଥିବା ନେଇ ଅଭିଯୋଗ ଆସିବା ପରେ ବିବାଦୀୟ ହୋଇ ପଡିଥିଲେ କୋଦଳା ତହସିଲଦାର। ଖାଲି ସେତିକି ନୁହେଁ ନିଜର ଅହଂକାରୀତା ପ୍ରଦର୍ଶନର ସରହଦ ପାର କରିଥିବା ଏହି ମ୍ଯାଡମ୍ କୌଣସି ନେତା କୌଣସି ଜନପ୍ରତିନିଧି, ସାଧାରଣ ଲୋକଙ୍କୁ ମଧ୍ୟ ଉତ୍ତମ ବ୍ଯବହାର କରୁ ନଥିବାରୁ ଲୋକେ ତାଙ୍କ ନିକଟକୁ ଯିବାକୁ ଅସ୍ବାଭାବିକ ମନେ କରିଥାନ୍ତି। ହେଲେ ଆଶ୍ଚର୍ଯ୍ୟର କଥା ବିଜେପି ସରକାର ଆସିବା ପରେ ତାଙ୍କୁ ବଦଳି କରାଯିବ ବୋଲି ଏକ ପ୍ରକାର ଚର୍ଚ୍ଚା ଆରମ୍ଭ ହେଲା। ଆଉ ଏବେ ଏହି ଚର୍ଚ୍ଚାର ପୂର୍ଣ୍ଣଛେଦ ପଡିଛି। ତାଙ୍କୁ ବଦଳି କରାଯିବା ପରିବର୍ତ୍ତେ ଏବେ ବେଗୁନିଆପଡ଼ା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦାୟିତ୍ବ ଅତିରିକ୍ତ ଭାବରେ ପ୍ରଦାନ କରାଯାଇଛି। ସେତିକିରେ ସରିନି ଅନୁକମ୍ପା। କୋଦଳା ସବରେଜିଷ୍ଟର ଦାୟିତ୍ବରେ ମଧ୍ୟ ଅଛନ୍ତି କୋଦଳା ତହସିଲଦାର ଶସ୍ମିତା ଶତପଥୀ ।ଯାହାକୁ ନେଇ କୋଦଳା ଓ ବେଗୁନିଆପଡ଼ା ଅଞ୍ଚଳରେ ଜନସାଧାରଣ ତ୍ରାହି ତ୍ରାହି ଡାକିବା ସହ ପ୍ରମାଦ ଗଣିବା ଆରମ୍ଭ କରି ଦେଇଛନ୍ତି। ତେବେ ପ୍ରଶ୍ନ ଉଠୁଛି
ଜଣେ ପ୍ରଶାସନିକ ଅଧିକାରୀଙ୍କୁ ଏକାଧିକ ଗୁରୁତ୍ୱପୂର୍ଣ୍ଣ ପଦବୀ କାହିଁକି? ଏଭଳି ପଛରେ ଉଦେଶ୍ୟ କଣ? ପୂର୍ବରୁ ବାରମ୍ବାର ବିବାଦକୁ ଆସିଥିବା ଜଣେ ଅଧିକାରୀଣୀ କୁଂ କୋଦଳା ତହସିଲଦାର ସହ ବେଗୁନିଆପଡ଼ା ବିଡିଓ ଏବଂ କୋଦଳା ସବରେଜିଷ୍ଟର ପଦବୀରେ ରଖାଯିବା କେତେଦୂର ସମୀଚୀନ? ଏହାର ପଛରେ ଖଳନାୟକ କିଏ? ଏଭଳି କିଛି ଅସମାହିତ ପ୍ରଶ୍ନ ଜନତାଙ୍କୁ ଆନ୍ଦୋଳିତ କରୁଛି।