ଟ୍ରେନରେ କଟି ଯୁବତୀ ମୃତ

ଟ୍ରେନରେ କଟି ଯୁବତୀ ମୃତ

ବାରିପଦା,(ମୁରାରୀ ମୋହନ ମହାପାତ୍ର ):ମୟୁରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଅନ୍ତର୍ଗତ ଶକୁଚା ନିକଟରେ ଟ୍ରେନ ଦୁର୍ଘଟଣାରେ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁଯାଇ ବାରିପଦା ପଟୁ ବାଲେଶ୍ୱର ବାଙ୍ଗରିପୋଷୀ ଡିଏମୟୁ ଟ୍ରେନ ଟି ବାଙ୍ଗରିପୋଷୀ ଅଭିମୂଖେ ଯାଉଥିବା ସମୟରେ ଶକୁଚା ଗ୍ରାମ ର ଅଶୋକ ସିଂ ଙ୍କ ଝିଅ ଗଙ୍ଗା ସିଂ ଧକାଦେବା ଫଳରେ ଘଟଣା ସ୍ଥଲରେ ତାଙ୍କ ଶରୀର ଖଣ୍ଡ ବିଖଣ୍ଡିତ ହେଇ ଯାଇ ଥିବାର ଦେଖିବାକୁ ମିଳିଥିଲା। ମୃତ ଗଙ୍ଗା ସିଂ ସେଇ ଟ୍ରେନ ରେ ସମ୍ପର୍କୀୟ ଙ୍କ ଘରୁ ଫେରୁ ଥିବାବେଳେ ସେ କବାଟ ନିକଟରେ ଠିଆହୋଇ ଘରପଟେ ଦେଖୁଥିବା ସମୟରେ ଖସି ଯାଇଥିବା ଅନୁମାନ କରାଯାଉଛି। ଖବର ପାଇ ଝାରପୋଖରୀଆ ପୋଲିସ ଟିମ ସଦଲଵଲେ ପହଞ୍ଚିଥିଲେ । ଝାରପୋଖରୀଆ ପୋଲିସ ରେଳ ବାଇ ପୋଲିସ କୁ ଫୋନ କରି ଘଟଣା ସମ୍ପର୍କ ରେ ଅବଗତ କରାଇଲା ପରେ ବାରିପଦା ରୁ ରେଳ ବାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସାଧାରଣରେ ଚରଚ୍ଛା ଯେ ପାଖରେ ରାଜାଲେକା ରେଳ ଷ୍ଟେସନ ଥାଇ ମଧ୍ୟ ଏଠାରେ ରେଳବାଇ କେଣସି ପୋଲିସ ଫାଣ୍ଡି ଟି ଆଜି ପଯ୍ୟନ୍ତ ନହେବାର କାରଣ କଣ ?

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ