ନୂତନ ବିଡିଓଙ୍କୁ ସରପଞ୍ଚ ଓ ସମିତିସଭ୍ୟଙ୍କ ପକ୍ଷରୁ ସମ୍ବର୍ଦ୍ଧନା
କରଞ୍ଜିଆ,( ଜିତେନ୍ଦ୍ରରାଜ): କରଞ୍ଜିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶାନ୍ତ କୁମାର ସୁତାରଙ୍କ ଅନ୍ୟତ୍ର ବଦଳି ହୋଇଥିବାବେଳେ ନୂତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବରେ ପ୍ରଦ୍ୟୁମ୍ନ କୁମାର ନାୟକ ଗତ ୩ ତାରିଖ ଦିନ କାର୍ଯ୍ୟଭାର ଗ୍ରହଣ କରିଥିଲେ। ସେ ପୂର୍ବରୁ କେନ୍ଦ୍ରାପଡ଼ା ଜିଲ୍ଲା ଗରଧପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ। କରଞ୍ଜିଆ ଠାରେ କାର୍ଯ୍ୟଭାର ନେବା ପରେ କରଞ୍ଜିଆ ପଞ୍ଚାୟତ ସମିତି ପକ୍ଷରୁ ଆଜି ତାଙ୍କ ଉଦେଶ୍ୟରେ ପଞ୍ଚାୟତ ସମିତି ସଭାଗୃହ ଠାରେ ଏକ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଏହି ଅବସରରେ ତାଙ୍କୁ ପଞ୍ଚାୟତ ସମିତି ପକ୍ଷରୁ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଭଦ୍ରା ମାରାଣ୍ଡି ଓ ଉପାଧ୍ୟକ୍ଷ ଛତିଶ ଚନ୍ଦ୍ର ମହାନ୍ତ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।କାର୍ଯ୍ୟକ୍ରମ ରେ ବଡ଼ଦେଉଳି ସରପଞ୍ଚ କମଳ କୁମାର ନାଏକ, ବଳା ସରପଞ୍ଚ ସ୍ମିତା ନାଏକ, କୁଳିପୋଷି ସରପଞ୍ଚ ସୁକୁମତି ସର୍ଦାର ଙ୍କ ସମେତ ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ଉପସ୍ଥିତ ଥିଲେ ।
ଏହି କାର୍ଯ୍ୟକ୍ରମରେ ସହକାରୀ ଯନ୍ତ୍ରୀ ଅମଜାଦ ଅଲ୍ଲୀଙ୍କ ଅଲ୍ଲୀଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ସ୍ଥିତ ଥିଲେ। ପୂର୍ବରୁ ଠାକୁରମୁଣ୍ଡା ତହସିଲଦାର ଭାବେ ଦାୟିତ୍ୱ ନିର୍ବାହ କରିଥିବା ରୁ ଅଞ୍ଚଳ ସହିତ ପରିଚିତ ଅଛି କରଞ୍ଜିଆ ପରି ଆଦିବାସୀ ବହୁଳ ବ୍ଲକର ଜନସାଧାରଣଙ୍କ ସମୂହ ଉନ୍ନତି ପାଇଁ କାର୍ଯ୍ୟ କରିବି ବୋଲି ନୂତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ନାୟକ ପ୍ରକାଶ କରିଥିଲେ।