ହଦଗଡ଼ ଜଳଭଣ୍ଡାରରେ ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ ଜାଆଁଳ ଛଡ଼ାଗଲା
ହାଟଡିହି, (ବିକାଶ ବିଶ୍ୱାଳ):ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ ହଦଗଡ଼ ଜଳଭଣ୍ଡାରରେ ଆଜି ଲକ୍ଷେ ଜାଆଁଳ ଛଡା ଯାଇଛି। ଏଥିଲାଗି ଆୟୋଜିତ କାର୍ଯ୍ୟକ୍ରମରେ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ, ବ୍ଳକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ବିଡିଓ ସୌମ୍ୟଶ୍ରୀ ପାଣିଗ୍ରାହୀ, ସରପଞ୍ଚ ନିରୁପମା ନନ୍ଦୀ, ହଦଗଡ଼ ମତ୍ସ୍ୟ ସମବାୟ ସମିତିର ସମ୍ପାଦକ ଭଗବାନ ମାଝୀ, ଏସ.ଏଫ.ଟି.ଏ. ବିଶ୍ଵନାଥ ନାୟକ, ବ୍ଲକ ସହକାରୀ ମତ୍ସ୍ୟ ଅଧିକାରୀ ଶୁଭମ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବି କଲ୍ୟାଣ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ୧ ଲକ୍ଷ ରୋହି, ଭାକୁଡ, ମିରିକାଳୀ, କାଳି ବଇଂଶି ପ୍ରଭୃତି ଜାଆଁଳ ଛାଡ଼ିଥିଲେ। ମୋଟ ସାଢ଼େ ଆଠ ଲକ୍ଷ ଜାଆଁଳ ଛଡାଯିବାର ଲକ୍ଷ ରଖା ଯାଇଛି ବୋଲି ବ୍ଲକ ସହକାରୀ ମତ୍ସ୍ୟ ଅଧିକାରୀ ଶୁଭମ କୁମାର ପ୍ରଧାନ ସୁଚ଼ନା ଦେଇଛନ୍ତି। ଏହି ମତ୍ସ୍ୟ ସମବାୟ ସମିତ୍ତି ଅଧିନରେ ୫୪୦ଜଣ ସଦସ୍ୟ ଏହିତ୍ୟାମରୁ ମାଛଧରି ଉପକୃତ ହେଉଥିବା ସମିତ୍ତିର ସମ୍ପାଦକ ଉଗବାନ ମାଝି କହିଛନ୍ତିି।