ଗୋପବନ୍ଧୁ କର୍ମଜୀବୀ ସାମ୍ବାଦିକ ସ୍ୱାସ୍ଥ୍ୟବୀମା କାର୍ଡ ବଣ୍ଟନ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଅପରାହ୍ଣ ସାଢେ ୫ଟାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହରେ ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଗୋପବନ୍ଧୁ କର୍ମଜୀବୀ ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଯୋଜନାର କାର୍ଡ ବଣ୍ଟନ କରିଛନ୍ତି । ୧୩୨ ଜଣ ଯୋଗ୍ୟ ଇନସୁରାନ୍ସ୍ କାର୍ଡଧାରୀଙ୍କ ମଧ୍ୟରୁ ମୋଟ ୨୩ ଜଣ ଉପସ୍ଥିତ ରହି ଆଜି ସେମାନଙ୍କ କାର୍ଡ ସଂଗ୍ରହ କରିଛନ୍ତି । ସମ୍ବାଦିକଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ନେଇଥିବା ଏହି ମହତ ପଦକ୍ଷେପର ଭୂୟସି ପ୍ରଶଂସା ଏହି ଅବସରରେ ସାମ୍ବାଦିକମାନେ କରିଥିଲେ । ସୂଚନାଯୋଗ୍ୟ ଯେ, ଗତବର୍ଷ ଆବେଦନ କରିଥିବା ସାମ୍ବାଦିକଙ୍କ ମଧ୍ୟରୁ ମୋଟ ୧୩୨ ଜଣ ସାମ୍ବାଦିକଙ୍କ କାର୍ଡକୁ ନବୀକରଣ କରାଯାଇ ଏହି ବର୍ଷ ସେମାନଙ୍କୁ ସେମାନଙ୍କର କାର୍ଡ ପ୍ରଦାନ ପାଇଁ ବ୍ୟବସ୍ଥା କରାଯାଇଛି । ନୂତନ ଭାବେ ଆବେଦନ କରିଥିବା ସାମ୍ବାଦିକମାନଙ୍କ କାର୍ଡ ଏ ପର୍ଯ୍ୟନ୍ତ ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟରେ ହସ୍ତଗତ ହୋଇନାହିଁ । ଏହି ବଣ୍ଟନ କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂହ, ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି, ଏସଆରଏ ପ୍ରଦୀପ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।