ପୂର୍ବତନ ସରପଞ୍ଚ ସ୍ୱର୍ଗତ ଗୋପାଳ ଚନ୍ଦ୍ର ପଣ୍ଡାଙ୍କ ସ୍ମୃତିଚାରଣ ସଭା
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଧନିଓଝା ଗ୍ରାମର ସମାଜସେବୀ ତଥା ବନ୍ତ ପଞ୍ଚାୟତର ପୂର୍ବତନ ସରପଞ୍ଚ ସ୍ୱର୍ଗତ ଗୋପାଳ ଚନ୍ଦ୍ର ପଣ୍ଡାଙ୍କ ଏକାଦଶାହ ଅବସରରେ ବନ୍ତସ୍ଥିତ ବାସଭବନରେ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାବିତ୍ ଗୋବିନ୍ଦ ଚନ୍ଦ୍ର ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ବିଧାୟକ ସଞ୍ଜୀବ ମଲ୍ଲିକ, ଭଣ୍ଡାରିପୋଖରୀ ବିଧାନସଭା ବିଜେପି ନେତା ଡ.ସୁଧାଂଶୁ ଶେଖର ନାୟକ, ରାଜ୍ୟ ବିଜେପି ପ୍ରବକ୍ତା ପତଞ୍ଜଳୀ କରଶର୍ମା, ଶିକ୍ଷାବିତ୍ ଜଗନ୍ନାଥ ପାତ୍ର, ଚତୁର୍ଭୁଜ ପହି, ରବିନ୍ଦ୍ର କୁମାର ଜେନା, ନାରାୟଣ ଚନ୍ଦ୍ର ସାମଲ, ସାହିତ୍ୟିକ ନାରାୟଣ ଚନ୍ଦ୍ର ଲେଙ୍କା, ଆଇନଜୀବି ମାଧବାନନ୍ଦ ଦାସ, ଶିକ୍ଷକ ରମାକାନ୍ତ ଜେନା, ସୁକାନ୍ତ କୁମାର ବେହେରା, ସମାଜସେବୀ ତ୍ରିଲୋଚନ ପଣ୍ଡାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ସ୍ୱର୍ଗତ ପଣ୍ଡା ଜଣେ ଦରଦୀ ମଣିଷ ଥିଲେ । ସମାଜସେବା କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ ଥିଲା ବୋଲି କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପୁତୁରା ରତିକାନ୍ତ ପଣ୍ଡା, ତୁଷାରକାନ୍ତ ପଣ୍ଡା ସ୍ମୃତିଚାରଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଭାଇ ପର୍ଶୁରାମ ପଣ୍ଡା, ଅନାମ ପଣ୍ଡା, ପ୍ରକାଶ ପଣ୍ଡା, ରବିନ୍ଦ୍ର ମଲ୍ଲିକ, ପୁଅ ଅଭିଜିତ୍ ପଣ୍ଡା, ଅଭିଷେକ ପଣ୍ଡାଙ୍କ ସମେତ ପରିବାରବର୍ଗ ସହଯୋଗ କରିଥିଲେ ।