କଂକ୍ରିଟ କାଡା ନାଳର କାର୍ଯ୍ୟକାରିତା ନେଇ ପାଣି ପଞ୍ଚାୟତ, ଚାଷୀଙ୍କ ସହ ଆଲୋଚନା

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ କଂକ୍ରିଟ କାଡା ନାଳର କାର୍ଯ୍ୟକାରିତା ଓ ସଫଳତା ନେଇ ଦିଲ୍ଲୀସ୍ଥିତ ଇଣ୍ଟେଲିକେପ ସର୍ଭିସେସ ପ୍ରାଇଭେଟ ଲିଃ ସଂସ୍ଥା ପକ୍ଷରୁ ସର୍ଭେକ୍ଷଣ କରାଯାଇଛି । ପାଣି ପଞ୍ଚାୟତ ମାଧ୍ୟମରେ କଂକ୍ରିଟ କାଡା ନାଳ ତିଆରି ହୋଇଛି କି ନାହିଁ । ତାହାର ଫାଇଦା ଲୋକ ମାନଙ୍କ ପାଖରେ ପହଞ୍ôଚଛି କି ନାହିଁ । ଯେଉଁ କାଡା ନାଳ ତିଆରି ହୋଇଛି ତାର କ୍ୱାଲିଟ୍ କିଭଳି ରହିଛି । ସେ ସମ୍ପର୍କରେ ବିିଭିନ୍ନ ଗ୍ରାମ ପରିଦର୍ଶନ କରାଯାଇ ପାଣି ପଞ୍ଚାୟତର କର୍ମକର୍ତ୍ତା, ସଭ୍ୟ,ସଭ୍ୟା ଓ ଚାଷୀ ମାନଙ୍କୁ ପଚାରି ବୁଝିବା ସହିତ ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ ହୋଇଛନ୍ତି । ଏହାର ରିପୋର୍ଟ ରାଜ୍ୟ ସରକାରଙ୍କୁ ଦିଆଯିବ ବୋଲି ସର୍ଭେକ୍ଷଣ ସଂସ୍ଥାର ଅଧିକାରୀ ମାନେ କହିଛନ୍ତି । ସର୍ଭେକ୍ଷଣ ସଂସ୍ଥାର ସାମାଜିକ ପରାମର୍ଶଦାତା ତ୍ରିପୁର ମୋହିନୀ ଶତପଥି, ବୈଷୟିକ ବିଶେଷଜ୍ଞ ରାମ ଚନ୍ଦ୍ର ପଣ୍ଡା, କ୍ଷେତ୍ର ପରିଚାଳକ ବିବେକ କୁମାର ପୃଷ୍ଟି, କାଡା ବିଭାଗର କର୍ମଚାରୀ ଶିଶିର କୁମାର ଦାସ ପ୍ରମୁଖ ଗଭିଗଢିଆ, ଚାରିପୋଖରିଆ, ପଦାକଣା, ରାଧାନଗର, ବରପଦା, ଭଣ୍ଡାରଗଢିଆ, ମୁଣ୍ଡଳୀ, କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ଶାଳନିଆଁ, ତାମ୍ପଳା, ବାଙ୍କତୀରା, ବରକଣ୍ଟାପଡା ଆଦି ଗ୍ରାମକୁ ଯାଇ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିବା ସହ ତଥ୍ୟ ସଂଗ୍ରହ କରିଥିବା ଦେଖାଯାଇଛି । ନିଳୋକ ପଞ୍ଚାୟତ ଭଣ୍ଡାରଗଢିଆ ଠାରେ ହାଟଡିହୀ ଶାଖା କେନାଲ ୩୯ନଂ. ପାଣି ପଞ୍ଚାୟତର ସଭାପତି ବଟକୃଷ୍ଣ ମହାନ୍ତି, ସମ୍ପାଦକ ହୃଷିକେଶ ପାତ୍ରଙ୍କ ସମେତ ସଭ୍ୟ ସଭ୍ୟା ଓ ଚାଷୀ ମାନଙ୍କ ସହ ସର୍ଭେକ୍ଷଣ ସଂସ୍ଥାର ଅଧିକାରୀ ମାନେ ଆଲୋଚନା କରିଥିବା ଦେଖାଯାଇଥିଲା । କଂକ୍ରିଟ୍ ଫିଲ୍ଡ ଚାନେଲ, ରବି ଋତୁରେ କେନାଲ ପାଣି ଯୋଗାଇ ଦେବା, ଚାଷୀ ମାନଙ୍କୁ ରିହାତି ଦରରେ ବିହନ, ସାର ଓ କୀଟ ନାଶକ ଆଦି ଯୋଗାଇ ଦେବା ସମ୍ପର୍କରେ କର୍ମକର୍ତ୍ତା ଓ ଚାଷୀ ମାନେ କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ