ଚାରିଛକ ସାମ୍ୱାଦିକ ସଂଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ
ନିମାପଡ଼ା,(ସନ୍ତୋଷ ଦାଶ): ଶନିବାର ଦିନ ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ତୁଳସୀପୁର ପଞ୍ଚାୟତର ସାଇ କ୍ରିଷ୍ଣା କଲ୍ୟାଣ ମଣ୍ଡପ ଠାରେ ଚାରିଛକ ସାମ୍ୱାଦିକ ସଂଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ ହୋଇଥିଲା। ସଂଘ ସଭାପତି ପ୍ରଫୁଲ୍ଲ କୁମାର କର ଙ୍କ ଦ୍ଵାରା ଆୟୋଜିତ ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାଶ, ମୁଖ୍ୟ ବକ୍ତା ଭାବେ ଉତ୍କଳ ସାମ୍ୱାଦିକ ସଂଘ ରାଜ୍ୟ ସଭାପତି ବିଭୁତି ଭୁଷଣ କର,ସମ୍ମାନିତ ଅତିଥି ଭାବେ ଉପ ମୁଖ୍ୟମନ୍ତ୍ରୀ ଙ୍କ ପ୍ରତିନିଧି ଶ୍ୟାମ ସୁନ୍ଦର ନାୟକ,ନିମାପଡା ବ୍ଲକ ଅଧ୍ୟକ୍ଷ ଶଙ୍କର ଭୋଇ, ଦିଲ୍ଲୀ ରୁ ପ୍ରକାଶ ପାଉଥିବା ସମ୍ବାଦପତ୍ର ୟୁ ଟି ମିରର ର ସମ୍ପାଦକ ସନ୍ତୋଷ କୁମାର ପାଣ୍ଡେ, ପୁରୀ ଜିଲ୍ଲା ପେଶାଦାର ସାମ୍ୱାଦିକ ସଂଘ ସଭାପତି ତିବିକ୍ରମ ରାମକୃଷ୍ଣ ମହାପାତ୍ର, ଗୋପ ବ୍ଲକ ଉପାଧ୍ୟକ୍ଷ ବନ ରଞ୍ଜନ ପଟ୍ଟନାୟକ,ଜଗତସିଂହପୁର ସାଂସଦ ଙ୍କ ପ୍ରତିନିଧି ପୂର୍ଣ୍ଣ ଚନ୍ଦ୍ର ଓଝା, ପୂର୍ବତନ ଆରକ୍ଷୀ ଅଧିକ୍ଷକ ମାଧବ ଚନ୍ଦ୍ର ସାହୁ,
ବରିଷ୍ଠ ନାଗରିକ ମଞ୍ଚ ସଭାପତି ପ୍ରଫେସର ଗୋପିନାଥ କର ପ୍ରମୁଖ ଯୋଗ ଦେଇ ସାମ୍ୱାଦିକ ମାନେ ସବୁ ସମୟ ରେ ସତ୍ୟ ଖବର ପରିବେଷଣ କରିବାକୁ ପରାମର୍ଶ ଦେଇଥିବାବେଳେ ସରକାର ମଧ୍ୟ ସାମ୍ୱାଦିକ ମାନଙ୍କ ଦାବି ପୁରଣ କରିବା ଦିଗରେ ଯତ୍ନବାନ ହେବାକୁ ଦାବି କରିଥିଲେ।ପୂର୍ବତନ କଲେଜ ଅଧ୍ୟକ୍ଷ ଡ଼ଃ. ସନ୍ତୋଷ ମିତ୍ର ଉକ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରି ଥିବାବେଳେ ଅତିଥି ମାନଙ୍କ ପରିଚୟ ମଧ୍ୟ ପ୍ରଦାନ କରିଥିଲେ। ସଂଘ ର ସମ୍ପାଦକ ବସନ୍ତ କୁମାର ଦାସ ସଂଘ ର ବିବରଣୀ ପଠନ କରିଥିଲେ। ଏହି ଅବସର ରେ ଜିଲ୍ଲା ର ବିଭିନ୍ନ ବ୍ଲକ ରେ କାର୍ଯ୍ୟ କରୁଥିବା ୨୦ ଜଣ ସାମ୍ୱାଦିକ,୫୦ଜଣ ବରିଷ୍ଠ ନାଗରିକ,
୧୦ ଜଣ ଖବରକାଗଜ ବିତରକ,୨ ଜଣ ଡ଼ାକ୍ତର, ଚାରିଛକ ଥାନା ଅଧିକାରିଣୀ ଓ କିଛି ସାମାଜିକ ଅନୁଷ୍ଠାନ କୁ ସଂଘ ପକ୍ଷରୁ ଅତିଥି ମାନେ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ସଂଘ ର ସମସ୍ତ ସଭ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।