ଜିଲ୍ଲାରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନର ଅଗ୍ରଗତି ନିମନ୍ତେ ପ୍ରଥମ ସମୀକ୍ଷା ବୈଠକ ଅନୁଷ୍ଠିତ

ବାଲେଶ୍ୱର, (ସରୋଜ ପଣ୍ଡା):ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ଅଧ୍ୟକ୍ଷତାରେ ଏଫ୍ଏଲ୍ଏନ୍ ଜିଲ୍ଲା ପରିଚାଳନା କମିଟି ତଥା ଜିଲ୍ଲା ପ୍ରକଳ୍ପ ପରିଚାଳନା ୟୁନିଟ (ଏଫଏଲଏନ-ଡିଏସସି-କମ-ଡିପିଏମୟୁ) ସହିତ ଜିଲ୍ଲାରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ (ଏଫ୍ଏଲ୍ଏନ୍) ର ଅଗ୍ରଗତି ନିମନ୍ତେ ପ୍ରଥମ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି I ଏହି ବୈଠକରେ ଜିଲ୍ଲାରେ ପ୍ରାଥମିକ ଶିକ୍ଷା ଭିତ୍ତିଭୂମିକୁ ସୁଦୃଢ଼ କରିବା ଦିଗରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା I ଏହି ସମୀକ୍ଷାରେ ଏଫ୍ଏଲ୍ଏନ୍ କାର୍ଯ୍ୟକ୍ରମର ବର୍ତ୍ତମାନର ଅଗ୍ରଗତି, ଏପର୍ଯ୍ୟନ୍ତ ହାସଲ ହୋଇଥିବା ଶିକ୍ଷଣ ଫଳାଫଳ ଏବଂ ଭବିଷ୍ୟତର କାର୍ଯ୍ୟାନ୍ୱୟନ ପାଇଁ ରଣନୈତିକ ଯୋଜନା ବିଷୟରେ ପୁଙ୍ଖାନୁପୁଙ୍ଖ ସାରାଂଶ ପ୍ରସ୍ତୁତ କରାଯାଇ ଆଗାମୀ ଦିନରେ କିଭଳି ଅଧିକରୁ ଅଧିକ ଏହି ଯୋଜନାର ସୁଫଳ ମିଳି ପାରିବ ସେ ବିଷୟରେ ଆଲୋଚନା କରାଯାଇଥିଲା I ଉକ୍ତ ବୈଠକରେ ପିଲାମାନଙ୍କର ପ୍ରାରମ୍ଭିକ ବୟସରେ ଦୃଢ଼ ଶିକ୍ଷାଗତ ଭିତ୍ତି ସ୍ଥାପନ ନିମନ୍ତେ ପ୍ରତ୍ୟେକ ପ୍ରାରମ୍ଭିକ ଶ୍ରେଣୀ ଛାତ୍ରଛାତ୍ରୀ ସାକ୍ଷରତା ଏବଂ ସଂଖ୍ୟାଜ୍ଞାନରେ ଆବଶ୍ୟକୀୟ ଭିତ୍ତିଭୂମି ହାସଲ କରିବା ଦିଗରେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଦ୍ୱାରା ସ୍ଥାପିତ ନିର୍ଦ୍ଦେଶାବଳୀକୁ କାର୍ଯ୍ୟକାରୀ କରିବା ପାଇଁ ମତପ୍ରକାଶ ପାଇଥିଲା I ଏଫ୍ଏଲ୍ଏନ୍-ଡିଏସସି-କମ-ଡିପିଏମୟୁ ସମଗ୍ର ଜିଲ୍ଲାରେ ଏହି ଗୁରୁତ୍ୱପୂର୍ଣ୍ଣ ଶୈକ୍ଷିକ ପଦକ୍ଷେପଗୁଡ଼ିକର କାର୍ଯ୍ୟକାରିତା ଉପରେ ନଜର ରଖିବା ସହ ମାର୍ଗଦର୍ଶନ ଜାରି କରି କୌଣସି ପିଲା ମୌଳିକ ଶିକ୍ଷଣ ଦକ୍ଷତା ହାସଲ କରିବାରେ ପଛୁଆ ରହିବେ ନାହିଁ ଏହା ସୁନିଶ୍ଚିତ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ I ଏହି ବୈଠକରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତି ପ୍ରାଚୀ ତନୟା ଗିରି, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ ଐଶ୍ଵର୍ଯ୍ୟା ସାମନ୍ତ, ଜିଲ୍ଲା ଅନୁଷ୍ଠାନ ଶିକ୍ଷା ଏବଂ ପ୍ରଶିକ୍ଷଣ, ରେମୁଣାର ଅଧ୍ୟକ୍ଷା ଶ୍ରୀମତୀ ଜୟଶ୍ରୀ ବୋଷ ଓ ଏଫ୍ଏଲ୍ଏନ୍-ଡିଏସସି-କମ-ଡିପିଏମୟୁର ସମସ୍ତ ସଦସ୍ୟ ଓ ସଦସ୍ୟାମାନେ ଉପସ୍ଥିତ ଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ