ପିଙ୍ଗଳ ଶିବାନନ୍ଦ ଆଶ୍ରମରେ ଭାଗବତ ସପ୍ତାହ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କୋରୋ ପଞ୍ଚାୟତର ପିଙ୍ଗଳ ଗ୍ରାମର ଶିବାନନ୍ଦ ଆଶ୍ରମରେ ଶ୍ରୀମଦ୍ ଭାଗବତ ସପ୍ତାହ ଓ ମହାଯଜ୍ଞକୁ ଗରାପୁର ଶିବାନନ୍ଦ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ ଉଦ୍ଘାଟନ କରି ଭାଗବତ ଏବଂ ଭାରତର ମହିମା ସମ୍ପର୍କରେ ଆଶୀର୍ବଚନ ପ୍ରଦାନ କରିଥିଲେ । କୋରୋ ପଞ୍ଚାୟତର ତନାର, ପାଳକଣା, ରାମଦାସ ମଠ ପିଙ୍ଗଳ ପ୍ରଭୃତିରୁ କୀର୍ତ୍ତନ ଦଳ ଆସି ସଂକୀର୍ତ୍ତନ କରିଥିଲେ । ଭକ୍ତମାନଙ୍କୁ ଶ୍ରୀ’ମା ଭାଗବତ କଥାମୃତ ବିଷୟରେ ବର୍ଣ୍ଣନା କରି କହିଥିଲେ ଯେ ରାଜା ପରୀକ୍ଷିତ ୭ଦିନ ଭିତରେ ମୃତ୍ୟୁବରଣ କରିଥିଲେ । ତାଙ୍କ ଉପରେ ଅଭିସାପ ଥିଲା ଯେ ସେ ୭ ଦିନ ଭିତରେ ମୃତ୍ୟୁବରଣ କରିବେ ବୋଲି । ରାଜା ସବୁକାର୍ଯ୍ୟ ଛାଡି ଏହି ଭାଗବତ ମାହାତ୍ମ୍ୟ ପୁରାଣ ଶ୍ରବଣ କରି ମୁକ୍ତିଲାଭ କରିଥିଲେ । ସେଥିପାଇଁ ଆମ ଜୀବନରେ ଏହି ୭ଦିନ ଭିତରେ ମୃତ୍ୟୁବରଣକୁ ଭୟ ନକରି ଏହି ମହାନ ପର୍ବକୁ ଜୀବନରେ ଗ୍ରହଣ କଲେ ଓ ସତ୍ମାର୍ଗରେ ଚାଲିଲେ ଆମେମାନେ ଈଶ୍ୱରଙ୍କ ଆଶୀର୍ବାଦ ପ୍ରାପ୍ତି କରିପାରିବା । ମାୟା ମରିଚୀକା ପଛରେ ଧାଇଁ ଜୀବନକୁ ନଷ୍ଟ ଏବଂ କୂପ ବେଙ୍ଗ ପରି ଗଢି ତୋଳିବା ଉଚିତ୍ ନୁହେଁ । କାରଣ ଭାରତ ହେଉଛି ଏକ ଧର୍ମପୂର୍ଣ୍ଣ ଭୂମି ଯାହାର ନାମ ଭାରତବର୍ଷ । ଯାହା ନାହିଁ ଭାରତେ ତାହା ନାହିଁ ମରତେ । ଏହି ନ୍ୟାୟରେ ଆମେ ଗର୍ବ ଅନୁଭବ କରିବା ଯାହାକି ଆମେ ଏହି ପୂର୍ଣ୍ଣଭୂମିରେ ଜନ୍ମ ହୋଇ ପାପ କର୍ମକୁ ଛାଡି ପୂଣ୍ୟ କାର୍ଯ୍ୟ କରିବା । ଏହି ଭାଗବତ ମହାପୁରାଣ ଆମକୁ ଏହି ଶିକ୍ଷା ଦେଇଛି । ଏହି କାର୍ଯ୍ୟକ୍ରମରେ ଗ୍ରାମର ମୃତ୍ୟୁଞ୍ଜୟ ପରିଡା, ସରପଞ୍ଚ ରଞ୍ଜିତ ପ୍ରସାଦ ଜେନା, ବିଜୟ ପରିଡା, ହୁଣ୍ଡି ପରିଡା, ଶ୍ରୀଧର ରାଉତ, ଶ୍ରୀବତ୍ସ ନାୟକ, ଗାୟତ୍ରୀ ମାତା, ସୀତା ମାତା, ନାରଣ ପ୍ରଧାନ, ଲୋକନାଥ ବାରିକ, ପାଗଳ ସିଂହ, ବିଷ୍ଣୁ ବେହେରା, ପ୍ରଭାତ ପରିଡା, କାଞ୍ଚନ ଜେନା, କ୍ଷୀରୋଦ ପରିଡା, କାଳନ୍ଦୀ ପରିଡା, କୀର୍ତ୍ତିଦାୟିନୀ ଦାସ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ବ୍ରହ୍ମଚାରୀ ନୃସିଂହ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।