ଓସିସିଏ ଭିଜନ ସିନିୟର ଟୁର୍ଣ୍ଣାମେଣ୍ଟ ପାଇଁ ଖେଳାଳି ପଞ୍ଜିକରଣ
ବାରିପଦା,(ମୁରାରୀ ମୋହନ ମହାପାତ୍ର):ଓଡିଶା କ୍ରିକେଟ ଏସୋସିଏସନ ଆନୁକୂଲ୍ୟରେ ଆୟୋଜିତ ହେବାକୁ ଥିବା ଓ ସି ଏ ଭିଜନ ସିନିୟର ଟୁର୍ଣ୍ଣାମେଣ୍ଟ ପାଇଁ ମୟୁରଭଞ୍ଜ ଜିଲ୍ଲାର ଇଛୁକ କ୍ରିକେଟ ଖେଳାଳି ମାନେ ନିଜନିଜର ନାମ ପଞ୍ଜିକରଣ କରିବାକୁ ଅନୁରୋଧ କରିଛନ୍ତି କ୍ରିକେଟ ସହ ସମ୍ପାଦକ ହର ପ୍ରସାଦ ପାତ୍ର I ଖେଳାଳିଙ୍କ ବୟସ ୧୧ ବର୍ଷରୁ ୩୦ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ I ଯେଉଁ ଖେଳାଳି ମାନଙ୍କର ନାମ ପୂର୍ବରୁ ପଞ୍ଜିକୃତ ହୋଇଛି ସେମାନେ ମଧ୍ୟ ସମସ୍ତ ପ୍ରମାଣ ପତ୍ର ଦାଖଲ କରିବେ I ନାମ ପଞ୍ଜିକରଣ ସମୟରେ ଡିଜିଟାଲ ଜନ୍ମ ପ୍ରମାଣ ପତ୍ର, ଆଧାର କାର୍ଡ ଵା ଭୋଟର କାର୍ଡ ଏବଂ ସ୍କୁଲ ସାର୍ଟିଫିକେଟ ଦାଖଲ କରିବା ଆବଶ୍ୟକ ବୋଲି ସାଧାରଣ ସମ୍ପାଦକ ବିଜୟ କୁମାର ଦାସଙ୍କ ସୂତ୍ରରୁ ପ୍ରକାଶ I ବାରିପଦା ଷ୍ଟାଡିୟମ ଅଫିସରେ ଡିସେମ୍ବର ୫ ତାରିଖ ସୁଦ୍ଧା ନାମ ପଞ୍ଜିକରଣ କରିପାରିବେ ବୋଲି ଅନ୍ୟତମ କ୍ରିକେଟ ସହ ସମ୍ପାଦକ ପ୍ରସନ୍ନଜିତ ମହାନ୍ତି ଜଣାଇଛନ୍ତି I