ବିଶ୍ୱ ଏଡସ୍ ଦିବସ ସଚେତନ ହେଉ ନାହାନ୍ତି ଦାଦନ ଶ୍ରମିକ, ବଢୁଚି ଏଡସ୍‌

ଆସିକା, (ଯୁଗାବ୍ଦ ନ୍ୟୁଜ):ଏଡସ୍ ରୋଗର ଭୟାବହତା ସଂକ୍ରାନ୍ତରେ ଜନ ସଚେତନତା ସୃଷ୍ଟି କରିବା ପାଇଁ ନାନା ପଦକ୍ଷେପ ଗ୍ରହଣ କରାଯାଉଛି । କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅଧିନରେ ରହିଥିବା ନ୍ୟାସନାଲ୍ ଏଡସ୍ କଣ୍ଟ୍ରୋଲ ସୋସାଇଟ୍ (ନାକୋ) ପକ୍ଷରୁ ବହୁବିଧ ପଦକ୍ଷେପ ହାତକୁ ନିଆଯାଉଛି । ସେହିପରି ଓଡିଶା ରାଜ୍ୟ ଏଡସ୍ ନିୟନ୍ତ୍ରଣ ସୋସାଇଟି ପକ୍ଷରୁ ମଧ୍ୟ ଏଡସ୍ ରୋଗୀଙ୍କୁ ଚିକିତ୍ସା ସୁବିଧା ସହିତ ମାଗଣା ଔଷଧ ପ୍ରଦାନ ଲାଗି ବ୍ୟବସ୍ଥା କରାଯାଇଛି । ଗଞ୍ଜାମ ଜିଲ୍ଲାରୁ ପ୍ରତିବର୍ଷ ହଜାର ହଜାର ଲୋକ ରୋଜଗାର ଅନୁସନ୍ଧାନରେ ସୁରାଟ୍‌, ମୁମ୍ବାଇ, କୋଲକତା, ବାଙ୍ଗାଲୋର, ଚେନ୍ନାଇ ପ୍ରଭୃତି ସ୍ଥାନକୁ ଯାଇଥାନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ବ୍ୟକ୍ତି କୌଣସି ପ୍ରକାରେ ଏଚ୍‌ଆଇଭି ସଂକ୍ରମିତ ହୋଇ ଗଞ୍ଜାମରେ ଥିବା ନିଜ ଭିଟାମାଟିକୁ ଫେରୁଛନ୍ତି । ବିଶେଷ କରି ଅସୁରକ୍ଷିତ ଯୌନ ସଂପର୍କ ଯୋଗୁଁ ଏଡସ୍ ବ୍ୟାପୁଥିବା ଆଲୋଚିତ ହେଉଛି । ସଚେତନତା ଓ ସଂଯମତା ଅଭାବରୁ ଏଡସ୍ ରୋଗରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିବା ଲକ୍ଷ୍ୟ କରାଯାଉଛି । ଏଡସ୍ ସଂପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ବିଜ୍ଞାପନ, ହୋଡିଂ୍‌, ଗଣ ମାଧ୍ୟମ ପ୍ରଭୃତି ଜରିଆରେ ସଚେତନତାର ବାର୍ତ୍ତା କରାଯାଉଛି । ତଥାପି ଦାଦନ ଖଟିବାକୁ ଯାଉଥିବା ଅଧିକାଂଶ ଶ୍ରମିକ ସଚେତନ ହେଉନଥିବାରୁ ସେମାନେ ନିଜ ଘରକୁ ଫେରିବା ପରେ ଏଡସ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗି ଥିବାରୁ ବୁଦ୍ଧିଜୀବୀ ମହଲରେ ଉଦ୍‌ବେଗ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି । ଦାଦନ ଖଟିବାକୁ ଯାଇଥିବା ଶ୍ରମିକ ମାନଙ୍କ ବିବାହ ପୂର୍ବରୁ ଏଚ୍‌ଆଇଭି ପରୀକ୍ଷା ପାଇଁ ପଦକ୍ଷେପ ନିଆନଗଲେ ହୁଏତ ଯୁବକ ମାନେ ଅଧିକ ସତର୍କ ହୋଇ ଭୟାବହ ଏଡସ୍ ରୋଗରୁ ଦୂରେଇ ରହିବା ପାଇଁ ଉଦ୍ୟମ କରନ୍ତେ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ