ରାଜ୍ୟସ୍ତରୀୟ କ୍ରିକେଟ ପ୍ରତିଯୋଗିତା ମୟୂରଭଞ୍ଜରୁ 32 କ୍ରୀଡ଼ାବିତ ସାମିଲ

ମୟୁରଭଞ୍ଜ,(ମୁରାରୀ ମୋହନ ମହାପାତ୍ର):ଓଡିଶା ରାଜ୍ୟସ୍ତରୀୟ କ୍ରିକେଟ ପ୍ରତିଯୋଗିତା ଚଳିତ ଡିସେମ୍ବର ମାସ 2 ରୁ 7 ତାରିଖ ପଯ୍ୟନ୍ତ ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ବାରିପଦା ସ୍ଥିତ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ବିଶ୍ଵବିଦ୍ୟାଳୟର ଷ୍ଟାଡିୟମ ପ୍ରାଙ୍ଗଣରରେ ଅନୁଷ୍ଠିତ ହେବ. ଏହି ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିବା ପାଇଁ ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ମାର୍ଗଦର୍ଶନରେ ଓ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଭାଗିରଥି ମଲ୍ଲିକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବାଳକ ଟିମ ମ୍ୟାନେଜର ପିଇଟି ଦେବକାନ୍ତ ମହାନ୍ତ ଏବଂ ବାଳିକା ଟିମ ମ୍ୟାନେଜର ପିଇଟି ସଞ୍ଜୀତା ବେହେରାଙ୍କ ନେତୃତ୍ୱରେ 32ଜଣ କ୍ରୀଡ଼ାବିତ ଯୋଗ ଦେଇଛନ୍ତି. ସେମାନଙ୍କ ମଧ୍ୟରେ 17 ବର୍ଷରୁ କମ ବାଳକ ବିଭାଗରେ ସାହିଲ କୁମାର ମହାନ୍ତ, ଦୀପକ କୁମାର ଦେହୁରୀ , ଦୀପଙ୍କର ବେହେରା, ପଦ୍ମନାଭ ପୃଷ୍ଟି, ଦୁର୍ଗା ପ୍ରସାଦ ସିଂ, ହିମାଂଶୁ ନାୟକ, ପାର୍ଥସାରଥୀ ବେହେରା, ଦେବଶକ୍ତି ଗିରି, ଫାଇଜଲ ଅଲ୍ଲୀ, ଦିବ୍ୟରଞ୍ଜନ ଗିରି, ଅସିତ ପୃଷ୍ଟି, ଚନ୍ଦନ ସିଂ, ସତ୍ୟମ ସୁନ୍ଦରମ ସେନାପତି, ଜି. ଏନ. ବିଶ୍ୱପ୍ରକାଶ ସାହୁ, ଅଭିନନ୍ଦନ ବାରିକ, ପ୍ରଭାସ ମୁଣ୍ଡା ଓ ବାଳିକା ବିଭାଗରେ ରଶ୍ମିତା ସୋରେନ, ଗୀତାଞ୍ଜଳି ମୁର୍ମୁ, ସୁସ୍ମିତା ଟୁଡୁ, ଫରିନ କ୍ୱାଦୀରି , ଜ୍ୟୋତ୍ସ୍ନା ସିଂ, ସୁଭଦ୍ରା ହୋ, ସୁମିତ୍ରା ହେମ୍ବ୍ରମ,ଆଦ୍ୟାସା ମହାନ୍ତ, ପାନ ସୋରେନ, ରାଜଲକ୍ଷ୍ମୀ ବେହେରା, ଶିବାନୀ ବେଶ୍ରା, ରୀନା ନାଏକ, ଲକ୍ଷ୍ମୀପ୍ରିୟା ସୋରେନ, ଦୀପାଲି ସିଂ, ଶର୍ମିଲା ମହାନ୍ତ, ହେମଲତା ସାହୁ ପ୍ରମୁଖ ସାମିଲ ହୋଇଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ