ଜିଲ୍ଲା ସ୍ତରୀୟ ଜାତୀୟ ଉପଭୋକ୍ତା ଦିବସ ପାଳିତ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍‌): ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଦ୍ୱାରା ପ୍ରାୟୋଜିତ ଏବଂ ମହିପାଳସ୍ଥିତ ମାନବସେବା ପରିଷଦ ଓ କେନ୍ଦ୍ରାପଡା ଓଜନ ମାପ ବିଭାଗ ସହକାରୀ ନିୟନ୍ତ୍ରକଙ୍କ ମିଳିତ ଆନୁକୁଲ୍ୟରେ କଜଳାସ୍ଥିତ ଭାରତୀ ବିଦ୍ୟା ମନ୍ଦିର ପରିସରରେ ମଙ୍ଗଳବାର ପୂର୍ବାହ୍ନରେ ଜିଲ୍ଲା ସ୍ତରିୟ ଜାତୀୟ ଉପଭୋକ୍ତା ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଜିଲ୍ଲା ଖାଉଟି ବିବାଦ ସମାଧାନ ସଂସ୍ଥାର ପୂର୍ବତନ ସଭାପତି ବିଜୟ କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଚେତନତା ବୈଠକରେ ଓଜନ ମାପ ବିଭାଗର ସହକାରୀ ନିୟନ୍ତ୍ରକ ସୁରେଖା ରଥ,ଜିଲ୍ଲା ଖାଉଟି ବିବାଦ ସମାଧାନ ସଂସ୍ଥାର ସଦସ୍ୟା ରାଜଶ୍ରୀ ଅଗ୍ରୱାଲ,ଭାରତୀ ବିଦ୍ୟା ମନ୍ଦିରର ପ୍ରଧାନ ଶିକ୍ଷୟତ୍ରୀ ବିଜୟନୀ ଦାସ ପ୍ରମୁଖ ଯୋଗଦେଇ କହିଥିଲେ ଯେ ଉପଭୋକ୍ତା ବା ଖାଉଟିମାନଙ୍କୁ ସଚେତନ କରିବା ପାଇଁ ଏହି ବୈଠକର ଆୟୋଜନ କରାଯାଇଛି । ୧୯୮୬ ମସିହାରେ ରାଜୀବ ଗାନ୍ଧୀଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଲୋକସଭାରେ ଖାଉଟି ସୁରକ୍ଷା ଆଇନ ପ୍ରଣୟନ କରାଯାଇଥିଲା । କ୍ଷତିଗ୍ରସ୍ତ ଉପଭୋକ୍ତାମାନଙ୍କୁ ସୁରକ୍ଷା ଓ କ୍ଷତିପୁରଣ ପ୍ରଦାନ ନିମନ୍ତେ ପ୍ରତି ଜିଲ୍ଲାରେ ଖାଉଟି ବିବାଦ ସମାଧାନ ସଂସ୍ଥା ଖୋଲାଯାଇଛି । ଏଥିସହିତ ଏହି ସଂସ୍ଥାରେ କ୍ଷତିଗ୍ରସ୍ତ ଖାଉଟି କିଭଳି ଦରଖାସ୍ତ କରିବେ ସେ ସମ୍ପର୍କରେ ମଧ୍ୟ ଆବଶ୍ୟକ ସୂଚନା ପ୍ରଦାନ କରାଯାଇଥିଲା । ମାନବ ସେବା ପରିଷଦର ସମ୍ପାଦକ ମନୋଜ କୁମାର ଶତପଥୀ ଅତିଥି ପରିଚୟ ପ୍ରଦାନ ସହିତ ବୈଠକ ସମ୍ପର୍କରେ ସୁଚନା ପ୍ରଦାନ କରିଥିଲେ । ବିଦ୍ୟା ମନ୍ଦିରର ଶିକ୍ଷକ ରମାକାନ୍ତ ତ୍ରିପାଠୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶିକ୍ଷକ ଲକ୍ଷ୍ମୀଧର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ