ରୋଟାରୀ କ୍ଳବ ଭଞ୍ଜନଗର ତରଫରୁ ଶୀତ ବସ୍ତ୍ର, ମଶାରୀ ଓ ଫଳ ବଣ୍ଟନ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା): ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ସହର ଠାରୁ ପ୍ରାୟ ଦଶ କିଲୋମିଟର ଦୂର ବାହାଡାପଦର ଠାରେ ରୋଟାରୀ କ୍ଳବ ଭଞ୍ଜନଗର ତରଫରୁ ଅସହାୟ, ଗରିବ ଲୋକଙ୍କୁ ସଭାପତି ବସନ୍ତ କୁମାର ପାତ୍ରଙ୍କ ଅଧକ୍ଷତାରେ ଶୀତବସ୍ତ୍ର, ମଶାରୀ ଓ ଫଳ ବଣ୍ଟନ କରାଯାଇଛି l ପ୍ରାରମ୍ଭରେ ଗାୟତ୍ରୀ ପରିବାର ତରଫରୁ ଅତିଥି ମାନଙ୍କୁ ଚିରାଚରିତ ପ୍ରଥାରେ ସ୍ୱାଗତ କରାଯାଇଥିଲା l ଅନ୍ୟ ମାନଙ୍କ ମଧ୍ୟରେ ଅତିଥିଭାବେ ଶିକ୍ଷାବିତ ରାଜ କୁମାର ସାହୁ ମଂଚାସୀନ ହୋଇ ରୋଟାରୀ କ୍ଳବର କାର୍ଯ୍ୟକ୍ରମ କୁ ପ୍ରଶଂସା କରିଥିଲେ l ସମ୍ପାଦକ ରାମଚନ୍ଦ୍ର ମିଶ୍ର ସ୍ୱାଗତ ଭାଷଣ ସହ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ l ପ୍ରାକ୍ତନ ସଭାପତି ମଧୁସୂଦନ ମହାପାତ୍ର, ସନ୍ତୋଷ ଜେନା, ବାଳକୃଷ୍ଣ ପଟ୍ଟନାୟକ, ଜଗବନ୍ଧୁ ଜେନା, ରବୀନ୍ଦ୍ର କୁମାର ପାଣିଗ୍ରାହୀ ରୋଟାରୀ କ୍ଳବର ଜନହିତକର କାର୍ଯ୍ୟକ୍ରମ ପାଇଁ ପ୍ରଶଂସା କରିଥିଲେ l ରୋଟାରୀ କ୍ଳବ ତରଫରୁ ଆସନ୍ତା 22 ତାରିଖରେ ଚକ୍ଷୁ ଚିକିତ୍ସା ଶିବିର ହେବାକୁ ଯାଉଥିବା କହିଥିଲେ l ଗ୍ରାମର ତିରିଶ ଜଣ ଗରିବ, ଅସହାୟ ଲୋକଙ୍କୁ ଏହା ପ୍ରଦାନ କରାଯାଇଥିଲା l ସମସ୍ତ କାର୍ଯ୍ୟକ୍ରମକୁ ରୋଟାରୀଆନ ମହେନ୍ଦ୍ର କୁମାର ମହାରଣା, ଦିଲ୍ଲୀପ କୁମାର ରାଜୁ, ସୁମନ ପୃଷ୍ଟି, ସନ୍ତୋଷ କୁମାର ପାତ୍ର, ଉପେନ୍ଦ୍ରଭଞ୍ଜ ପତି ପରିଚାଳନା କରିଥିବାବେଳେ ଗାୟତ୍ରୀ ପରିବାର ସମ୍ପୂର୍ଣ୍ଣ ସହଯୋଗ କରିଥିଲେ l ଶେଷରେ ରୋଟାରୀଆନ ଗୁପ୍ତେଶ୍ୱର ସୁବୁଦ୍ଧି ଧନ୍ୟବାଦ ପ୍ରଦାନ କରିଥିଲେ l କାର୍ଯ୍ୟକ୍ରମରେ ଗ୍ରାମର ଯୁବଗୋଷ୍ଠି, ବୁଦ୍ଧିଜୀବୀ ଉପସ୍ଥିତଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ