ଓଡ଼ିଶୀ ଓ ଭାରତ ନାଟ୍ୟମ ନୃତ୍ୟରେ ଶେଷ ହେଲା କୋଣାର୍କ ଉତ୍ସବ

ନିମାପଡ଼ା,(ସନ୍ତୋଷ ଦାଶ):ପୁରୀ ଜିଲ୍ଲାର ବିଶ୍ଵପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ କୋଣାର୍କର ମୁକ୍ତାକାଶ ରଙ୍ଗମଞ୍ଚ ଠାରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଗତ ୧ ତାରିଖ ଠାରୁ ଆରମ୍ଭ ହୋଇଥିବା ୩୫ ତମ କୋଣାର୍କ ଉତ୍ସବ ଅନୁଷ୍ଠିତ ଗୁରୁବାର ସଂଧ୍ୟାରେ ଉଦଜାପିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଉକ୍ତ ୫ ଦିନିଆ ଉତ୍ସବକୁ ଉଦଘାଟନ କରିଥିଲେ। ଉଦଯାପନୀ ସଂଧ୍ୟାର ପ୍ରଥମ ପର୍ଯ୍ୟାୟରେ କୋଲକାତାର ଡୋନା ଗାଙ୍ଗୁଲି ଓ ତାଙ୍କ ଦଳ ପକ୍ଷରୁ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ନୂଆଦିଲ୍ଲୀର ଗୀତା ଚନ୍ଦନ ଓ ତାଙ୍କ ଦଳ ପକ୍ଷରୁ ଭାରତ ନାଟ୍ୟମ ନୃତ୍ୟ ପରିବେଷଣ କରାଯାଇଥିଲା । ଓଡ଼ିଶୀ ଓ ଭାରତ ନାଟ୍ୟମ ନୃତ୍ୟ ପରେ ଆନୁଷ୍ଠାନିକ ଭାବେ ଶେଷ ହୋଇଥିଲା ୩୫ ତମ କୋଣାର୍କ ଉତ୍ସବ। ୫ ଦିନ ବ୍ୟାପି ଏହି ନୃତ୍ୟ ଉତ୍ସବକୁ ଡ଼ଃ.ମୃତ୍ୟୁଞ୍ଜୟ ରଥ ଓ ଶୋଭନା ମିଶ୍ର ସଂଯୋଜନା କରିଥିଲେ।ଏଥି ପାଇଁ ସମଗ୍ର କୋଣାର୍କ ଅଞ୍ଚଳ ସଜେଇ ହୋଇପଡ଼ିଥିବା ବେଳେ ମୁକ୍ତାକାଶ ରଙ୍ଗମଞ୍ଚ ନୃତ୍ୟ ଶିଳ୍ପୀଙ୍କ ଘୁଙ୍ଗୁର ଶବ୍ଦରେ ଦୁଲୁକି ଉଠିଥିଲା। ହେଲି ପ୍ୟାଡ ପଡ଼ିଆରେ ମୀନା ବଜାର ପଡ଼ିବା ସହିତ ଅପେରା ପାର୍ଟି ନାଟକ ପ୍ରଦର୍ଶନ କରିଥିଲେ।ଚନ୍ଦ୍ରଭାଗା ବେଳାଭୂମି ଠାରେ ୧୪ ତମ ଆନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ମଧ୍ୟ ଅନୁଷ୍ଠିତ
ହୋଇଥିଲା। କୋଣାର୍କ ଉତ୍ସବ ଓ ବାଲୁକା କଳା ଉତ୍ସବ ପାଇଁ ସମଗ୍ରକୋଣାର୍କ ଅଞ୍ଚଳ ଉତ୍ସବ ମୁଖର ହୋଇ ପଡ଼ିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ