ଦିବଂଗତ ଅଧିବକ୍ତା ନିରାକାର ଜେନାଙ୍କୁ ଶ୍ରଦ୍ଧାଞ୍ଜଳି

ଆରଡି, (ଆଲୋକ ଚନ୍ଦ୍ର ନାୟକ):ଧାମନଗର ବ୍ଲକ ଗୋପବନ୍ଧୁନଗର କଲ୍ୟାଣ ମଣ୍ଡପ ଠାରେ ରବିବାର ବରିଷ୍ଠ ଅଧିବକ୍ତା ସ୍ନର୍ଗତ ନିରାକାର ଜେନାଙ୍କ ସ୍ମୃତିରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଥିଲା । ଓଡିଶା ଉଚ୍ଚ ନ୍ୟାୟାଳୟ, କଟକର ବରିଷ୍ଠ ଅଧିବକ୍ତା ଦେବାଶିଷ ସାମଲ ସଭା ସଞ୍ଚାଳନ କରିଥିଲେ । ଅବସରପ୍ରାପ୍ତ ଶିକ୍ଷକ ଉମେଶ ଚନ୍ଦ୍ର ତ୍ରିପାଠୀ, ସିପିଏମ ଜିଲ୍ଲା ସଭାପତି ଦିବ୍ୟସିଂ ନାୟକ, କୃଷକସଭା ଜିଲ୍ଲା ସଭାପତି ଚନ୍ଦ୍ର ଶେଖର ନାୟକ, ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ ମଲ୍ଲିକ, ଅଧିବକ୍ତା ପ୍ରଫୁଲ୍ଲ ପାଢୀ, ରାଧାନାଥ ଦାସ, ଧାମନଗର ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରମୋଦ ଦାସ, ଜିଲା ପରିଷଦ ସଭ୍ୟ ସାରଦା ପ୍ରସନ୍ନ ସାହୁ, ପୂର୍ବତନ ସରପଞ୍ଚ ଉମେଶ ମହାନ୍ତି, ଅବସରପ୍ରାପ୍ତ ଶିକ୍ଷକ ରଞ୍ଜନ ଭୂୟାଁ, ଦିଗମ୍ବର ମଲ୍ଲିକ ପ୍ରମୁଖଚ ଯୋଗଦେଇ ନିଜର ବକ୍ତବ୍ୟରେ କହିଥିଲେ ଯେ ସ୍ବର୍ଗତ ଜେନା ଥିଲେ ଭଦ୍ରକ କିଲାର ଗର୍ବ ଓ ଗୌରବ, ସାମ୍ୟବାଦୀ ଚିନ୍ତାଧାରାର ବ୍ୟକ୍ତିତ୍ବ ତଥା ଦରିଦ୍ର ଜନତାଙ୍କ ଦରଦୀ ବନ୍ଧୁ । ସାହିତ୍ୟ ଅନୁଷ୍ଠାନ ଠାରୁ ଆରମ୍ଭ କରି ଭଦ୍ରକର ଅସଂଖ୍ଯ ସାମାଜିକ ଅନୁଷ୍ଠାନ ସହ ସେ ଜଡିତ ଥିଲେ । ତାଙ୍କ ବିୟୋଗ ଜିଲାରେ ଶୂନ୍ୟସ୍ଥାନ ସୃଷ୍ଟି କରିବ । ପ୍ରାରମ୍ଭରେ ଦିବଂଗତ ଅଧିବକ୍ତାଙ୍କ ତୈଳଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ ସହ ତାଙ୍କ ଆତ୍ମାର ସଦଗତି ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ