ଡି.ଏମ ପବ୍ଲିକ ସ୍କୁଲର ବାର୍ଷିକକ୍ରୀଡ଼ା ପ୍ରତିଯୋଗିତା ଉଦଘାଟିତ

କରଞ୍ଜିଆ,(ଜିତେନ୍ଦ୍ର ରାଜ): ଡିଏମ ପବ୍ଲିକ ସ୍କୁଲର ବାର୍ଷିକକ୍ରୀଡ଼ା ପ୍ରତିଯୋଗିତା ଆଜି ଉଦଘାଟିତ ହୋଇଯାଇଛି ସ୍କୁଲର କୁଡୁମା ସ୍ଥିତ ଖେଳ ପଡିଆରେ ଆୟୋଜିତ ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପଖଣ୍ଡ ପୋଲିସ ଅଧିକାରୀ ସୁବ୍ରତ କୁମାର, ସମ୍ମାନିତ ଅତିଥି ଭାବେ ଯୁବ ସାମ୍ବାଦିକ ଅରୁଣ କୁମାର ବେହେରା, ସହକାରୀ ଗୋଷ୍ଠି ଶିକ୍ଷା ଅଧିକାରିଣୀ ସୁଭଦ୍ରା ମହାନ୍ତ ଯୋଗ ଦେଇଥିଲେ ପ୍ରଥମେ ଅତିଥି ବୃନ୍ଦଙ୍କ ଦ୍ଵାରା ଜଗତର ନାଥ ଜଗନ୍ନାଥଙ୍କ ପ୍ରତି ମୃତ୍ତି ରେ ପୁଷ୍ପ ମାଲ୍ୟ ଓ ଦୀପ, ଧୂପ ଦେଇ ପୂଜାର୍ଚ୍ଚନା କରାଯିବା ସହିତ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା ଓ ସ୍କୁଲ ଛାତ୍ର ଛାତ୍ରୀଙ୍କ ଦ୍ଵାରା ଜାତୀୟ ସଂଗୀତ ଗାନ କରାଯାଇଥିଲା, ଡ଼ିଏମ ପବ୍ଲିକ ସ୍କୁଲର ପ୍ରତିଷ୍ଠାତା ଅରୁଣ କୁମାର ମହାନ୍ତ ମଞ୍ଚ ପରିଚାଳନା କରିବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ ଶେଷରେ ଡ଼ିଏମ ପବ୍ଲିକ ସ୍କୁଲର ଉପାଧ୍ୟାକ୍ଷା ମାଳତୀ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ ପରେ, ପରେ ଉପଖଣ୍ଡ ପୋଲିସ ଅଧିକାରୀ ସୁବ୍ରତ କୁମାର ସବୁଜ ପତାକା ଦେଖାଇ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତାର ଶୁଭାରମ୍ଭ କରିଥିଲେ । ଉଦଘାଟନୀ ସଭାରେ ଅତିଥି ମାନେ ଛାତ୍ର ଛାତ୍ରୀଙ୍କୁ ପାଠପଢା ସହିତ କ୍ରୀଡା, ସଂଗୀତ, ନୃତ୍ୟ କ୍ଷେତ୍ରରେ ମଧ୍ୟ୍ୟ ଧ୍ୟାନ ଦେବାସହିତ ନିଜ ମଧ୍ୟରେ ଥିବା ଅନ୍ତର୍ନିହିତ ପ୍ରତିଭାର ବିକାଶ କରିବାକୁ ଆହ୍ୱାନ ଦେବାସହିତ ସମାଜ ରେ ଜଣେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ଭାବେ ନିଜକୁ ପରିଚିତ କରିବା ଓ ଦେଶର ସୁନାମକୁ ଆଗକୁ ନେବାକୁ ପରାମର୍ଶ ଦେଇଥିଲେ ପାଠ ପଢା ସହିତ ଶାରୀରିକ ବିକାଶ ନିମନ୍ତେ ସ୍କୁଲ ସ୍ତରୀୟ କ୍ରୀଡା ପରିଯୋଗୀତା ଛାତ୍ର ଛାତ୍ରୀଙ୍କୁ ନିଜ କ୍ରୀଡା ପ୍ରତିଭାର ବିକାଶରେ ସହାୟକ ହେବ ବୋଲି ପ୍ରକାଶ କରିଥିଲେ ଏହି କ୍ରୀଡା ପ୍ରତିଯୋଗିତା ଆସନ୍ତା ତିନିଦିନ ଧରି ଚାଲିବ ଓ ଆସନ୍ତା ଗୁରୁବାର ଦିନ ଉଦଯାପିତ ହେବ ବୋଲି ସ୍କୁଲର ପ୍ରତିଷ୍ଠାତା ଅଧକ୍ଷ୍ୟ ଅରୁଣ କୁମାର ମହାନ୍ତ ପ୍ରକାଶ କରିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ