ବଞ୍ଚୋରେ ବେଆଇନ ବାଲି ଉଠାଣ ରେ ରୋକ ଲଗାଇଲା ପ୍ରଶାସନ

ହାଟଡିହି, (ବିକାଶ ବିଶ୍ୱାଳ):ବୈତରଣୀ ନଦୀର ବଞ୍ଚୋ ବାଲିଘାଟରେ ବେଆଇନ ବାଲି ଉଠାଣରେ ଆଜି ରୋକ ଲଗାଇଛି ପ୍ରଶାସନ । ସୁଚ଼ନା ଅନୁଯାଇ କିଛି ବାଲି ମାଫିଆ ବଞ୍ଚୋ ବାଲିଘାଟରୁ ବେଆଇନ ଭାବେ ବାଲି ଉତ୍ତୋଳନ କରାଯାଉଥିବା ନେଇ ଗ୍ରାମର ସତ୍ୟାନନ୍ଦ କରାଳଙ୍କ ସମେତ କିଛି ଗ୍ରାମବାସୀ ତହସିଲଦାର ଓ ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ଉପଜିଲ୍ଲାପାଳଙ୍କ ଚିଠି ନଂ ୧୦୯୬୩ ତା ୭/୧୨/୨୦୨୪ ନିର୍ଦ୍ଦେଶ ମତେ ବଞ୍ଚୋ ରାଜସ୍ଵ ନିରିକ୍ଷକ ଦିପ୍ତୀମୟୀ ସାହୁ, ମରୈଗାଁ ରାଜସ୍ବ ନିରିକ୍ଷକ ମାନସ ପରିଡା, ଆନନ୍ଦପୁର ଥାନା ଏସ.ଆଇ ଅଜିତ କୁମାର ବନରା ପ୍ରମୁଖ ନଦୀ କୂଳରେ ଟ୍ରେଞ୍ଜଖୋଳି ବାଲି ଚୋରା ଚାଲାଣ ରୋକ ଲଗାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ