ନାଉଗାଁ ବ୍ଳକରେ ଓଡିଶା ଆଦର୍ଶ ବିଦ୍ୟାଳୟ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ସରକାରଙ୍କ ପକ୍ଷରୁ ଗ୍ରାମାଂଚଳର ଗରିବ ଛାତ୍ରଛାତ୍ରୀମାନଙ୍କୁ ସିବିଏସଇ ଢାଂଚାରେ ପାଠ ପଢାଇବା ପାଇଁ ପ୍ରତି ବ୍ଳକରେ ଓଡିଶା ଆଦର୍ଶ ବିଦ୍ୟାଳୟ ଖୋଲାଯାଇଛି । ଏହି ବିଦ୍ୟାଳୟରେ ୬ଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନେ ପାଠପଢି ପାରିବେ । ଜଗତିସଂହପୁର ଜିଲ୍ଲା ନାଉଗାଁ ବ୍ଳକର ଦହିପାଳ ଠାରେ ଏହି ବିଦ୍ୟାଳୟ ୨୦୨୨-୨୩ ଶିକ୍ଷାବର୍ଷ ଠାରୁ ଖୋଲା ଯାଇଛି । ଚଳିତ ଶିକ୍ଷା ବର୍ଷରେ ଏହି ବିଦ୍ୟାଳୟରେ ୬ଷ୍ଠ, ୭ମ ଏବଂ ୮ମ ଶ୍ରେଣୀରେ ସମୁଦାୟ ୨୪୦ପିଲା ଅଧ୍ୟୟନ କରୁଥିବା ଜଣାଯାଇଛି । ପ୍ରତି ଶ୍ରେଣୀରେ ୮୦ଜଣ ପିଲା ଅଧୟନ କରୁଥିବା ବେଳେ ପ୍ରତି ଶ୍ରେଣୀକୁ ୨ଟି ସେକ୍ସନ ବିଭକ୍ତ କରାଯାଇଛି । ଯାହାଫଳରେ ୩ଟି ଶ୍ରେଣୀରେ ୬ଟି ସେକ୍ସନ ରହିଥିବା ଜଣାଯାଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ୬ଟି ସେକ୍ସନ ପାଇଁ ୬ଜଣ ଶିକ୍ଷକ ଶିକ୍ଷୟତ୍ରୀ ନିଯୁକ୍ତ ହୋଇଥିଲେ ମଧ୍ୟ ଏଥିରେ ୩ ଜଣ ସ୍ଥାୟୀ ଶିକ୍ଷକ ରହିଥିବା ବେଳେ ୩ ଜଣ ଅସ୍ଥାୟୀ ଶିକ୍ଷକ ରହିଛନ୍ତି । ଯାହାକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ଦେଖାଦେଇଛି ।ଏବିଷୟକୁ ନେଇ ଜିଲ୍ଲାପାଳଙ୍କ ଯୁଗ୍ମ ଜନଶୁଣାଣି ଶିବିରରେ ଅଭିଭାବକଙ୍କ ଦ୍ୱାରା ଅଭିଯୋଗ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସ୍ଥାୟୀ ଶିକ୍ଷକ ପଦବୀ ପୁରଣ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଯାହାକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଅଭିଭାବକଙ୍କ କହିବା ଅନୁସାରେ ପ୍ରତି ଶିକ୍ଷା ବର୍ଷରେ ଶିକ୍ଷକଙ୍କ ପରିବର୍ତନ ଯୋଗୁ ଶିକ୍ଷକ-ଛାତ୍ରଛାତ୍ରୀଙ୍କ ମଧ୍ୟରେ ଠିକ୍ ଭାବେ ସମନ୍ୱୟ ରହିପାରୁନାହିଁ । ଯାହାଫଳରେ ଛାତ୍ରଛାତ୍ରୀମାନଙ୍କ ପାଠପଢାରେ ବ୍ୟାଘାତ ସୃଷ୍ଟି ହେଉଛି । ସରକାର ବିଦ୍ୟାଳୟ ଗୁଡିକରେ ଗୁଣାତ୍ମକ ଶିକ୍ଷା ଦେବା ପାଇଁ ପ୍ରଚାର ପ୍ରସାର କରୁଥିବା ବେଳେ ସ୍ଥାୟୀ ଶିକ୍ଷକ ନିଯୁକ୍ତି ନ ହେବା ହେତୁ ଛାତ୍ରଛାତ୍ରୀମାନେ ଗୁଣାତ୍ମକ ଶିକ୍ଷାରୁ ବଂଚିତ ହେଉଛନ୍ତି । ତେଣୁ ପିଲାମାନଙ୍କ ପାଠପଢାକୁ ଦୃଷ୍ଟିରେ ରଖି ବିଦ୍ୟାଳୟରେ ସ୍ଥାୟୀ ଶିକ୍ଷକ ନିଯୁକ୍ତ କରିବା ପାଇଁ ଅଭିଭାବକମାନେ ସରକାର ତଥା ପ୍ରଶାସନ ନିକଟରେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ