ଦେ ତୋ ପାଦରେ ବାନ୍ଧି
କେବେ ଯାଇଥିଲି
ମନେ ନାହିଁ ମୋର
ଏବେ ଆଉ ଥରେ ଯିବି,
ଦେଖି ପାରିଲେ ତୁ
ଚିହ୍ନି ପାରିବୁ କି
ନାହିଁ ମୋର ପୂର୍ବ ଛବି ।
ନାକରୁ ସିଂଘାଣି
ବୋହି ପଡୁଥିଲା
ହାତେ ଦେଉଥିଲି ପୋଛି,
ନାହିଁ ସେହି ବଳ
ହାତେ ପୋଛୁ ପୋଛୁ
ପାଟିରେ ଯାଉଛି ପସି ।
ଚୁଟି ଥିଲା କଳା
ଏବେ ଦିଶେ ଧଳା
ଦାନ୍ତ ନାହିଁ ପାଟି ମେଲା,
ଜୟ ଜଗନ୍ନାଥ
ତୁଣ୍ଡେ ଉଚ୍ଚାରିଲେ
କେମିତି ଶୁଭିବ ଭଲା ।
ସଳଖି ନଚାଲି
ବାଡି ଆଶ୍ରୟରେ
ଚାଲୁ ଅଛି ନଇଁ ନଇଁ,
ଟିକେ ଉଚ୍ଚ ସ୍ବରେ
ତୋ ନାମ ଧରିଲେ
ପେଲୁ ଅଛି ମୋର ଧଇଁ ।
ଆଖିକୁ ନଦିଶେ
ପାଖରୁ ଦେଖିଲେ
ଦୂରୁ ଦେଖି ଚିହ୍ନି ପାରେ,
ରତ୍ନସିଂହାସନ
ପାଖକୁ ନଯାଇ
ଅଛି ଗରୁଡ ପଛରେ ।
ତୋ କଳାଶ୍ରୀମୁଖ
ଦର୍ଶନ କରିବି
ଆଖିରେ ଆଖି ମିଶାଇ,
ହୃଦୟ ବେଦନା
ଆଖିରେ କହିବି
ଭାବର ଲୁହ ଗଡାଇ ।
ଆସିଅଛି ଚାଲି
ତୋର ଭରସାରେ
ମନରେ ସାହସ ବାନ୍ଧି,
ଚିହ୍ନି ନଚିହ୍ନିବା
ଆଭିନୟ ଛାଡି
ଦେ ତୋ ପାଦରେ ବାନ୍ଧି ।
ଗଦାଧର ସାହୁ,
କଙ୍କଡ଼ାଦ୍ଵୀପ,ବ୍ରହ୍ମଗିରି,ପୁରୀ