ରକ୍ତଦାତା ଡଃ ନିରୋଜ କ୍ୟାନ୍ସର ରୋଗୀଙ୍କୁ ପ୍ଲେଟଲଟ ପ୍ରଦାନ କଲେ

ମୟୁରଭଞ୍ଜ,(ମୁରାରୀ ମୋହନ ମହାପପ୍ରାତ୍ର):ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସପିଟାଲରେ କ୍ୟାନ୍ସର ରୋଗ ରେ ପୀଡ଼ିତ ଜଣେ ରୋଗୀଙ୍କ ଉନ୍ନତ ଚିକିତ୍ସା ପାଇଁ ତାଙ୍କର ଜରୁରୀ କାଳୀନ ଏବି+ ପ୍ଲେଟଲେଟର ଆବଶ୍ୟକ ହୋଇଥିଲା ଅନେକ ଚେଷ୍ଟା କରି ବିଫଳ ହେବାରୁ ସେମାନେ ଭୁବନେଶ୍ୱରର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ମିଶନ ରକ୍ତଦାନର ସଦସ୍ୟ ଗୁନୁ ଆଚାର୍ଯ୍ୟ ଓ ଚନ୍ଦ୍ରକାନ୍ତ ଭୋଇଙ୍କୁ ପାଇଁ ଅନୁରୋଧ କରିଥିଲେ । ଗୁନୁ ଆଚାର୍ଯ୍ୟ ଓ ଚନ୍ଦ୍ରକାନ୍ତ ଭୋଇ ବାରିପଦାର ନିୟମିତ ରକ୍ତ ଓ ପ୍ଲେଟଲେଟ୍ ଦାତା ଡଃ ନିରୋଜ କୁମାର ପୋଥାଳଙ୍କୁ ଯୋଗାଯୋଗ କରିଥିଲେ । ଜରୁରୀ କାଳୀନ ପ୍ଲେଟଲେଟର ଆବଶ୍ୟକତା ଜାଣିବା ପରେ ଡଃ ନିରୋଜ କୁମାର ପୋଥାଳ ଅବିଳମ୍ବେ ବାରିପଦାରୁ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସପିଟାଲ ମେଡିକାଲକୁ ଯାଇ ନିଜର ପ୍ଲେଟଲେଟ କ୍ୟାନ୍ସର ପୀଡ଼ିତ ବ୍ୟକ୍ତିଙ୍କୁ ପ୍ରଦାନ କରିଥିଲେ । ଏହି ପ୍ଲେଟଲେଟ ସଂଗ୍ରହରେ କ୍ୟାପିଟାଲ ହସ୍ପିଟାଲ ବ୍ଲଡ଼ ସେଣ୍ଟର୍ର ଗଣେଶ୍ୱର ମହାରଣା ଓ ପାର୍ଥ ଦାସ ସହଯୋଗ କରିଥିଲେ । ଏହି ମହାନ ସେବାକାର୍ଯ୍ୟ ପାଇଁ ଡଃ ନିରୋଜଙ୍କୁ ଭୁବନେଶ୍ୱର ଓ ମୟୂରଭଞ୍ଜର ବିଭିନ୍ନ ଅନୁଷ୍ଠାନ ତରଫରୁ ଧନ୍ୟବାଦ୍ ପ୍ରଦାନ କରାଯାଇଛି । ଏହା ପୂର୍ବରୁ ଅନେକ ବାର ନିୟମିତ ଭାବରେ ଡଃ ନିରୋଜ ପୋଥାଳ ବାରିପଦାରୁ ଭୁବନେଶ୍ୱର ଓ କଟକକୁ ଯାଇ ଡେଙ୍ଗୁ ଓ କେନ୍ସର ରୋଗୀଙ୍କୁ ନିଜର ପ୍ଲେଟଲେଟ ପ୍ରଦାନ କରି ଆସୁଛନ୍ତି lଆଜି ପର୍ଯ୍ୟନ୍ତ ସର୍ବମୋଟ ୧୨୧ ଥର ନିଜର ରକ୍ତଦାନ କରି ଅନେକ ରାଜ୍ୟରୁ ପୁରସ୍କୃତ ମଧ୍ୟ ହୋଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ