କୋଣାର୍କ ସେଣ୍ଟ ଜାଭିୟର୍ସ ହାଇସ୍କୁଲ ରେ ୧୫ତମ ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ଆଜି କୋଣାର୍କ ଏନ ଏ ସି ୧୦ନଂ ୱାର୍ଡ ମାଧିପୁର ଛକ ନିକଟରେ ଅବସ୍ଥିତ ସେଣ୍ଟ ଜାଭିୟର୍ସ ହାଇସ୍କୁଲ ପରିସରରେ ୧୫ ତମ ବାର୍ଷିକ କ୍ରୀଡା ଉତ୍ସବ ଅତି ଆନନ୍ଦ ଓ ଉଦ୍ଧିପନା ସହିତ ପାଳନ କରାଯାଇଅଛି | ଉକ୍ତ ଦିବସରେ ବିଦ୍ୟାଳୟର ପ୍ରତିଷ୍ଠାତା ମହୋଦୟ ସମୀର କୁମାର ଭୂୟାଁ ଏବଂ ନିର୍ମଳା ଚାରିଟେଵଲ ଟ୍ରଷ୍ଟ ର ଅଧକ୍ଷ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ଭୂୟାଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କ୍ରୀଡା ପ୍ରତିଯୋଗିତା କୁ ଉଦଘାଟନ କରିବା ସହିତ ପ୍ରତିଯୋଗୀ ମାନଙ୍କୁ ଉତ୍ତମ କ୍ରୀଡା ପ୍ରଦର୍ଶନ କରିବା ପାଇଁ ଉତ୍ସାହିତ କରିଥିଲେ | ଏହିପ୍ରତିଯୋଗିତା ରେ ଅନ୍ୟତମ ଅତିଥିଗଣ ଓ ପରାମର୍ଶଦାତା ଶ୍ରୀଯୁକ୍ତ ଗୋପାଳ ଚନ୍ଦ୍ର ବେହେରା, ଶ୍ରୀଯୁକ୍ତ ପ୍ରତାପ ଗୋଛାୟତ, ରାମକୃଷ୍ଣ ମହାନ୍ତି, ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ର, ସଞ୍ଜୟ ପତି, ରବୀନ୍ଦ୍ର ନାଥ ବାହିନୀପତି, ପ୍ରସନ୍ନ ବଳ ସମେତ ବିଦ୍ୟାଳୟର ଅଧକ୍ଷା ଶୁଭଲକ୍ଷ୍ମୀ ଦାଶ, ବିଦ୍ୟାଳୟ ର ଉପ ଅଧକ୍ଷ ଶ୍ରୀଯୁକ୍ତ ଅତୁଲ କୁମାର ପତି ମହୋଦୟ ତଥା ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ ମାନଙ୍କ ସହିତ ସେମାନଙ୍କର ଅଭିଭାବକ ମାନେ ଯୋଗ ଦେଇ ବିଦ୍ୟାଳୟରେ ଚାଲୁଥିବା କ୍ରୀଡା କୁ ଉପଭୋଗ କରିବା ସହିତ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ | ଉକ୍ତ କାର୍ଯ୍ୟକ୍ରମରେ ଅତିଥିମାନେ ବିଦ୍ୟାଳୟର ପ୍ରଥମ ଅଧକ୍ଷା ସ୍ବର୍ଗତ ଶ୍ରୀମତୀ ଲିଜାଲିନ ପାତ୍ରଙ୍କ ଉଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ, ବିଦ୍ୟାଳୟର ଉନ୍ନତି ନିମନ୍ତେ ସେ ଦେଖୁଥିବା ସ୍ୱପ୍ନକୁ ପୁରଣ କରିବା ନିମନ୍ତେ ସଂକଳ୍ପବଦ୍ଧ ହୋଇଥିଲେ | ପରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ବିଭିନ୍ନ ପ୍ରକାର କ୍ରୀଡା ଯଥା ୧୦୦ ମିଟର, ୨୦୦ ମିଟର ଦୌଡ଼ ପ୍ରତିଯୋଗିତା, ଲମ୍ବ ଡିଆଁ, ଉଚ୍ଚ ଡିଆଁ, ଆଳୁ ଚାମଚ ଭଳି ଅନେକ ପ୍ରତିଯୋଗିତା ପ୍ରଦର୍ଶନ କରାଯାଇଥିଲା | ପରେ କ୍ରୀଡା ଉତ୍ସବରେ ବିଜୟୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିବା ସହିତ ଭାଗ ନେଇଥିବା ଅନ୍ୟ ପ୍ରତିଯୋଗି ମାନଙ୍କୁ ସାନ୍ତ୍ୱନା ମୂଳକ ପୁରସ୍କାର ପ୍ରଦାନ ଯାଇଥିଲା |


